ଆଜିକୁ ପ୍ରାୟ ୨୪୪ ବର୍ଷ ତଳେ ଆଜିର ଦିନରେ ପ୍ରକାଶ ପାଇଥିଲା ଭାରତର ପ୍ରଥମ ଖବରକାଗଜ ‘ବେଙ୍ଗଲ ଗେଜେଟ୍’ । ଏହା ୧୭୮୦ ମସିହା ଜାନୁଆରୀ ୨୯ ତାରିଖରେ ପ୍ରକାଶ ପାଇଥିଲା । ସେଥିପାଇଁ ପ୍ରତିବର୍ଷ ୨୯ ତାରିଖକୁ " ଭାରତୀୟ ଖବର କାଗଜ ଦିବସ " ଭାବେ ପାଳନ କରାଯାଏ । ଜେମସ ଅଗଷ୍ଟସ୍ ହିକି ନାମକ ଜଣେ ଇଂରେଜ ନାଗରିକ ଭାରତରେ ଖବରକାଗଜର ମୂଳଦୁଆ ସ୍ଥାପନ କରିଥିଲେ । ଏହା ଏକ ସାପ୍ତାହିକ ଖବରକାଗଜ ଥିଲା । ଏହି ଖବରକାଗଜ ପରେ ଭାରତରେ ଖବରକାଗଜଗୁଡ଼ିକର ପାଠକ ସଂଖ୍ୟା ବଢିବାରେ ଲାଗିଲେ । ଧୀରେ ଧୀରେ ଖବରକାଗଜ ସମସ୍ତ ପାଠକଙ୍କ ପ୍ରିୟ ଭାଜନ ହୋଇଯାଇଥିଲା । ବର୍ତ୍ତମାନ ସବୁ ଭାଷାରେ ଖବରକାଗଜ ଗୁଡ଼ିକ ବାହାରିଲାଣି ।