ଭୁଶୁଡିଲା ଇନଡୋର ଷ୍ଟାଡିୟମର କାନ୍ଥ । ନିର୍ମାଣାଧୀନ ଏକ ଇନଡୋର ଷ୍ଟାଡିୟମ ଭୁଶୁଡ଼ି ପଡ଼ିବାରୁ ତିନି ଜଣ ପ୍ରାଣ ହରାଇଛନ୍ତି ।ଏଭଳି ଏକ ବଡ଼ ଦୁର୍ଘଟଣା ତେଲଙ୍ଗାନାର ରେଙ୍ଗା ରେଡ୍ଡୀ ଜିଲ୍ଲାରେ ଘଟିଛି । ଷ୍ଟାଡିୟମଟି ଭୁଶୁଡିବା ସମୟରେ ସେଠାରେ ପ୍ରାୟ ୧୪ ଜଣ ଶ୍ରମିକ ଉପସ୍ଥିତ ଥିଲେ । ତେବେ ଏଥିରେ ୧୦ ଜଣ ଆହତ ହେବା ସହ ଦୁର୍ଭାଗ୍ୟବଶତଃ ଏହି ଦୁର୍ଘଟଣାରେ ୩ ଜଣ ଶ୍ରମିକ ଜୀବନ ହରାଇଛନ୍ତି । ଏନେଇ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।
ସୂଚନା ଅନୁଯାୟୀ, ଭୁଶୁଡିପଡିଥିବା ଇନଡୋର ଷ୍ଟାଡିୟମ ଏକ ଘରୋଇ ଷ୍ଟାଡିୟମ । ଏହାର ନିର୍ମାଣ କାର୍ଯ୍ୟ ଜାରି ରହିଥିଲା । ପାଖ ପାଖି ୧୪ ଜଣ ଶ୍ରମିକ କାମ କରୁଥିବା ସମମୟରେ ହଠାତ ଷ୍ଟାଡିୟମର କାନ୍ଥ ଭୁଶୁଡି ପଡିଥିଲା । ଏଭଳି ଦୁର୍ଘଟଣା ଦେଖି ସ୍ଥାନୀୟ ଲୋକେ ଭୟଭୀତ ହୋଇ ଯାଇଥିଲେ । ପରେ ସୁରକ୍ଷା କର୍ମୀଙ୍କୁ ତୁରନ୍ତ ଜଣାଇଥିଲେ। ଏହି ଖବର ପାଇବା ମାତ୍ରେ ସୁରକ୍ଷା କର୍ମୀ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କାର୍ଯ୍ୟ ଆରମ୍ଭ କରିଦେଇଥିଲେ ।
ନିର୍ମାଣ ସାମଗ୍ରୀର ଗୁଣବତ୍ତା ଏବଂ ଡିଜାଇନ୍ ଅସଙ୍ଗତି ଭଳି କାରକକୁ ବିଚାର କରି ଅଧିକାରୀମାନେ ପତନର କାରଣ ଜାଣିବା ପାଇଁ ଅନୁସନ୍ଧାନ କରୁଛନ୍ତି। ଏହି ଘଟଣା ନିର୍ମାଣ ପ୍ରଣାଳୀର ସାମଗ୍ରିକ ନିରାପତ୍ତା ଏବଂ ଚାଲୁଥିବା ପ୍ରକଳ୍ପଗୁଡିକ ଉପରେ ନଜର ରଖିବାରେ ସଜାଗ ରହିବା ସାହା ଆବଶ୍ୟକତା ସ୍ଥିତି ଉପରେ ଆଲୋଚନା ଆରମ୍ଭ କରାଯାଇଛି ।
ଅଧିକ ପଢନ୍ତୁ :ଉତ୍ତରାଖଣ୍ଡ ଟନେଲ ଟ୍ରାଜେଡିକୁ ପୁରିଲାଣି ୧୫୦ ଘଣ୍ଟା : ଉଦ୍ଧାର କେବେ ?