ବାବା ବୌଖନାଗଙ୍କ ପାଇଁ ବଂଚିପାରିଛି ୪୧ ଶ୍ରମିକଙ୍କ ଜୀବନ । ସବୁ ସଂଘର୍ଷ ଓ ପ୍ରତିକ୍ଷାର ଅନ୍ତ ଘଟି ଉତ୍ତରାକାଶି ଅପରେସନରେ ଗତକାଲି ଏକ ବଡ ସଫଳତା ମିଳିଛି । ଟନେଲ ଭିତରେ ଫସି ରହିଥିବା ୪୧ ଜଣ ଶ୍ରମିକଙ୍କୁ ମିଳିଛି ପୁନର୍ଜୀବନ । ବ୍ରହ୍ମଖାଲ-ଯମୁନୋତ୍ରୀ ରାଜପଥର ନିର୍ମାଣାଧୀନ ସୁଡ଼ଙ୍ଗରେ ଅତଡ଼ା ଧସିବାରୁ ଅତ୍ୟନ୍ତ ଜଟିଳ ସ୍ଥିତି ଉପୁଜିଥିଲା। ଯାହାଫଳରେ ୧୭ ଦିନ ଧରି ଟନେଲ ଭିତରେ ଜୀବନ ମରଣର ସଂଘର୍ଷରେ ଦିନ ବିତାଇଥିଲେ । ଶ୍ରମିକମାନଙ୍କ ଏହି ସଂଘର୍ଷରେ ସାରା ଦେଶ ହାତ ମିଳାଇଥିଲେ । ସେମାନଙ୍କ ସମସ୍ତ ସୁବିଧା ଓ ସୁଯୋଗ ମଧ୍ୟ କରାଯାଇଥିଲା ।
ସୁଡ଼ଙ୍ଗରୁ ୪୧ ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ୧୭ ଦିନ ଧରି ଚାଲିଥିଲା ଅଭିଯାନ । ଯେଉଁ ଅଭିଯାନରେ ସମସ୍ତେ ଲାଗିପଡ଼ିଥିଲେ ।ତେବେ ଏହି ବିଶାଳ ଅଭିଯାନର ସଫଳ ପରିସମାପ୍ତି ସହ ଶ୍ରମିକମାନଙ୍କୁ ନୂଆ ଜୀବନ ମିଳିଛି। ତେବେ ସମସ୍ତ ପ୍ରଚେଷ୍ଟାର ସଫଳତା ଭବନଙ୍କ ଆଶିର୍ବାଦରୁ ମିଳିପାରିବ ବୋଲି ବିଶ୍ୱାସ ରହିଛି । ସେହି ବିଶ୍ୱାସ ଏବେ ସଫଳତାର ମାର୍ଗ ଦେଖାଇଛି ।
ଯେତେବେଇଲା ଶ୍ରମିକ ମାନଙ୍କୁ ଉଦ୍ଧାର କରିବା ପାଇଁ ସମସ୍ତ ଶକ୍ତି ଲାଗିପଡ଼ିଥିଲେ ସେତେବେଳେ ସ୍ଥାନୀୟ ଲୋକମା ନେ ପାହାଡ଼ୀ ଦେବତା ବାବା ବୌଖନାଗଙ୍କ ପାଖରେ ଦିନରାତି ପ୍ରାର୍ଥନା କରୁଥିଲେ । ଏହାସହ ଭଜନ କୀର୍ତ୍ତନ ମଧ୍ୟ କରୁଥିଲେ । ସୁଡ଼ଙ୍ଗର ଦ୍ୱାରା ଦେଶରେ ବାବା ବୌଖନାଗଙ୍କ ମନ୍ଦିର ବି ସ୍ଥାପନ କରାଯାଇଥିଲା ।ବାବା ବୌଖନାଗ ହେଉଛନ୍ତି ଉତ୍ତରକାଶୀ ଅଞ୍ଚଳର ଇଷ୍ଟଦେବ । ବାବା ବୌଖନାଗ ସେହି ଅଂଚଳକୁ ସମସ୍ତ ବିପଦରୁ ରକ୍ଷା କରନ୍ତି ବୋଲି ସେମାନଙ୍କର ବିଶ୍ୱାସ ରହିଛି । ସ୍ଥାନୀୟ ଲୋକଙ୍କ କହିବାନୁସାରେ ଯେଉଁ ସ୍ଥାନରେ ସୁଡ଼ଙ୍ଗ ନିର୍ମାଣ ଚାଲିଛି, ତାହାର ନିକଟରେ ମନ୍ଦିର ନିର୍ମାଣ କରିବାକୁ କୁହାଯାଇଥିଲା ।କିନ୍ତୁ କମ୍ପାନି ମନ୍ଦିର ବନାଇବାରେ ମନାକରିଦେଇଥିଲା। ତେଣୁ ମନ୍ଦିର ନିର୍ମାଣ ନ ହେବାରୁ ଭଗବାନ କୋପ କରିଥିଲେ ବୋଲି ଲୋକେ କହିଛନ୍ତି ।
ଏହାପରେ ସମସ୍ତଙ୍କର ମଙ୍ଗଳ କାମନାକରି ସେହି ସ୍ଥାନରେ ମନ୍ଦିର ସ୍ଥାପନ କରାଯାଇଥିଲା ।ଶେଷରେ ବାବା ବୌଖନାଗଙ୍କ କୃପାରୁ ସମସ୍ତେ ସୁରକ୍ଷିତ ସହ ଉଦ୍ଧାର ହୋଇପାରିଛନ୍ତି । ଏହି ଘଟଣାକୁ ନେଇ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ଫେସ୍ବୁକ୍ ପୋଷ୍ଟରେ 'ବାବା ବୌଖନାଗଙ୍କ ଅସୀମ କୃପା ଯୋଗୁ ଏହା ସମ୍ଭବ ହୋଇଛି' ବୋଲି କହିଥିଲେ। ଯାହା ଏବେ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି ।
ଅଧିକ ପଢନ୍ତୁ :ସଫଳ ହେଲା ଅପରେସନ, ଉଦ୍ଧାର ହେଲେ ୪୧ ଶ୍ରମିକ