କିଛି ବର୍ଷ ପୂର୍ବରୁ ବାଏଜୁ'ସ୍ ବହୁତ ହିଁ ଲୋକପ୍ରିୟ ଶିକ୍ଷା ପ୍ଲାଟଫର୍ମ ଥିଲା । ନିଜର ଚମତ୍କାର ପ୍ରଦର୍ଶନ ପାଇଁ ସେ ଅଧିକ ଲୋକଙ୍କର ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜି ଥିଲା । ହେଲେ ଏବେ ତାଙ୍କୁ ଘାରିଛି ସଙ୍କଟ ସମୟ । କିଛି ବର୍ଷ ପୂର୍ବରୁ ବାଏଜୁ'ସ୍ ଘରେ ଘରେ ପରିଚିତ ଥିଲା । ବର୍ତ୍ତମାନ ବାଏଜୁ ତିଷ୍ଠି ରହିବାକୁ ସଂଘର୍ଷ କରୁଛି । ବର୍ତ୍ତମାନ କରଜରେ ବୁଡି ଯାଇଛି ବାଏଜୁ'ସ୍ । ପରିସ୍ଥିତି ଏପରି ଗମ୍ଭୀର ଅବସ୍ଥାକୁ ଆସିଯାଇଛି ଯେ ନିଜର କର୍ମଚାରୀମାନଙ୍କୁ ଦରମା ଦେବାରେ ଅକ୍ଷମ ହୋଇ ପଡିଛନ୍ତି ବାଏଜୁ'ସ୍ ର ପ୍ରତିଷ୍ଠାତା । ଏଥିପାଇଁ ନିଜ ଘରକୁ ବନ୍ଧକ ରଖି ଲୋନ ଆଣିଛନ୍ତି ବାଏଜୁ'ସ୍ ର ପ୍ରତିଷ୍ଠାତା । ବାଏଜୁ'ସ୍ ପ୍ରତିଷ୍ଠାତା ରବୀନ୍ଦ୍ରନଙ୍କର ଦୁଇ ଟି ଘର ଅଛି । ଏହାକୁ ବନ୍ଧକ ରଖିବା ପରିବର୍ତେ ରବୀନ୍ଦ୍ରନଙ୍କୁ ୧୨ ମିଲିୟନ ଡଲାର ଅର୍ଥାତ ପ୍ରାୟ ୧୦୦ କୋଟି ଟଙ୍କା ମିଳିଛି । ଏଥିରେ ସେ ତାଙ୍କର ୧୫ ହଜାର କର୍ମଚାରୀଙ୍କୁ ଦରମା ଦେଇଛନ୍ତି ବୋଲି ସୂଚନା ମିଳିଛି ।