ଉତରପ୍ରଦେଶର ଗାଜିପୁରରେ ଏକ ବଡ ଅଘଟଣ ଦେଖିବାକୁ ମିଳିଛି । ସୋମବାର ଉତରପ୍ରଦେଶରେ ଏକ ଯାତ୍ରୀବାହି ବସ ଯାଉଥିବା ସମୟରେ ବସ ଉପରେ ଏକ ହାଇଟେନସନ ତାର ଛିଣ୍ଡି ପଡିଛି । ଯାହା ଫଳରେ ବସରେ ନିଆଁ ଲାଗିଯାଇଥିବା ଦେଖିବାକୁ ମିଳିଛି । ଏବଂ ବୟରେ ଥିବା ଅନେକ ଯାତ୍ରୀଙ୍କ ମୃତ୍ୟୁ ହେବା ନେଇ ଆଶଙ୍କା କରାଯାଉଛି । ସୂଚନା ଅନୁସାରେ ଏହି ବସଟି ବରଯାତ୍ରୀ ଯାଉଥିବା ବେଳେ ମରହଦ ପୋଲିସ ଷ୍ଟେସନ ଅଂଚଳର ମହାହାର ଧାମ ନିକଟରେ ଏହି ଅଘଟଣ ଘଟିଛି । ତେବେ ବସ ଉପରେ ବିଦ୍ୟୁତ ତାର ପଡି ଜଳିଯାଇଥିବାରୁ ଅନେକ ଲୋକଙ୍କର ମୃତ୍ୟୁ ହେବା ନେଇ ଆଶଙ୍କା କରାଯାଉଥିବା ବେଳେ ବସଟି କେଉଁଠୁ ଆସୁଥିଲା ଏବଂ କୁଆଡେ ଯାଉଥିଲା ତାହା ମଧ୍ୟ ଜଣାପଡିନାହିଁ । ତେବେ ଏ ବିଷୟରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଅବଗତ ହୋଇଛନ୍ତି ଏବଂ ଅଧିକାରୀମାନଙ୍କୁ ଘଟଣାସ୍ଥଳରେ ପହଂଚି ରିଲିଫ କାର୍ଯ୍ୟ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେିଛନ୍ତି ।