ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଦିଲ୍ଲୀରେ ବସିଛି କେନ୍ଦ୍ର କ୍ୟାବିନେଟ୍ ବୈଠକ
Khabar Odisha:The-Union-Cabinet-is-meeting-in-Delhi-under-the-chairmanship-of-the-Prime-Minister
ନୂଆଦିଲ୍ଲୀ, ଜୁଲାଇ ୮ (ଖବର ଓଡ଼ିଶା)

ଦିନକୁ ଦିନ ବଢୁଥିବା କରୋନା ମହାମାରୀ ମଧ୍ୟରେ ଆଜି ରାଜଧାନୀ ଦିଲ୍ଲୀରେ ବସିଛି କେନ୍ଦ୍ର କ୍ୟାବିନେଟର ବୈଠକ। ଏହି ବୈଠକରେ ନିଜେ ପ୍ରଧାନମନ୍ତ୍ରୀ ମୋଦୀ ଅଧ୍ୟକ୍ଷତା କରୁଛନ୍ତି । ଆଜିର ବୈଠକରେ ଇପିଏଫ୍ ଉପରେ ଏକ ବଡ ନିଷ୍ପତ୍ତି ନିଆଯାଇପାରେ ବୋଲି ଚର୍ଚ୍ଚା ହେଉଛି, ଏହା ସହ କୃଷି କ୍ଷେତ୍ରରେ 1 ଲକ୍ଷ ଟଙ୍କା ପାଣ୍ଠି ବିନିଯୋଗ ପାଇଁ ମଧ୍ୟ ଅନୁମୋଦନ ହୋଇପାରେ ବୋଲି ଆଶା କରାଯାଉଛି । ଏହି କ୍ୟାବିନେଟ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନଭେମ୍ୱର ପର୍ଯ୍ୟନ୍ତ ଘୋଷଣା କରିଥିବା ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ମଧ୍ୟ ମଞ୍ଜୁରୀ ମିଳିପାରେ । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ 7 ଲୋକ କଲ୍ୟାଣ ମାର୍ଗରେ ଏହି ବୈଠକ ଅନୁଷ୍ଠିତ ହୋଇଛି ।

କେନ୍ଦ୍ର ସରକାରଙ୍କ ଦ୍ୱାରା ଜାରି ହୋଇଥିବା ଲକଡାଉନ ସମୟରେ କେନ୍ଦ୍ର ସରକାର କର୍ମଚାରୀମାନଙ୍କୁ ଅନେକ ପ୍ରକାରର ସୁବିଧା ଦେଇ 30 ଜୁନ୍ ସୁଦ୍ଧା ଅଗ୍ରୀମ PF ପ୍ରତ୍ୟାହାର କରିବାକୁ ସୁବିଧା ଦେଇଥିଲେ । ଅବଶ୍ୟ, ଏହା ପରେ ଆଉ ଏହି ସମୟସୀମାକୁ ବୃଦ୍ଧି କରାଯାଇ ନଥିଲା | ଏହି ରିଲିଫ୍ ଅଧୀନରେ, ପିଏଫ୍ ଆକାଉଣ୍ଟ୍ ଧାରକମାନେ ସମୁଦାୟ ଜମା ରାଶିର 75 ପ୍ରତିଶତ କିମ୍ବା ମୌଳିକ ଦରମା ଏବଂ ମହଙ୍ଗା ଭତ୍ତାର ତିନି ଗୁଣ(ଏହା ମଧ୍ୟରେ ଯେଉଁଟା କମ୍ ଥିବ) ପ୍ରତ୍ୟାହାର କରିପାରିବେ | ଏହା ବ୍ୟତୀତ ସରକାର ନିୟମ ଅନୁଯାୟୀ ତିନିମାସ ପାଇଁ ଲକ୍ଷ ଲକ୍ଷ କର୍ମଚାରୀଙ୍କ ଆକାଉଣ୍ଟରେ ସରକାର ତାଙ୍କ ନିଜ ପକ୍ଷରୁ ଇପିଏଫ୍ ଅର୍ଥ ଦେବାକୁ ମଧ୍ୟ ଘୋଷଣା କରିଥିଲେ। ଏହା ବ୍ୟତୀତ, ବୈଠକରେ ଅନ୍ୟ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମଧ୍ୟ ହୋଇପାରେ | ବୈଠକ ପରେ ସରକାରଙ୍କ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଏହା ଜଣାଯିବ।

  • Tags:

Subscribe

National International State Sports Entertainment