ପ୍ରକାଶ ପାଇଲା ଜେଇଇ ମେନ୍ ୨୦୨୧ ରେଜଲ୍ଟ
Khabar Odisha:The-JEE-Main-2021-results-have-been-released
ନୂଆଦିଲ୍ଲୀ, ସେପ୍ଟେମ୍ବର ୧୫(ଖବର ଓଡିଶା):

ପ୍ରକାଶ ପାଇଲା ଜେଇଇ ମେନ୍ ୨୦୨୧ ରେଜଲ୍ଟ । ମଙ୍ଗଳବାର ବିଳମ୍ବିତ ରାତିରେ ରେଜଲ୍ଟ ପ୍ରକାଶ ପାଇଛି । ୪୪ ଜଣ ପରୀକ୍ଷାର୍ଥୀଙ୍କୁ ୧୦୦ ପ୍ରତିଶତ ମାର୍କ ମିଳିଛି । ସେହିପରି ପ୍ରଥମ ରାଙ୍କରେ ମିଳିତ ଭାବେ୧୮ ଜଣ ପରୀକ୍ଷାର୍ଥୀ ସ୍ଥାନ ପାଇଛନ୍ତି । ୪ଟି ପର୍ଯ୍ୟାୟରେ ହୋଇଥିବା ପରୀକ୍ଷା ଆଧାରରେ ରେଜଲ୍ଟ ପ୍ରକାଶ ପାଇଛି । 

ତେବେ ପ୍ରଥମ ଥର ଗୋଟିଏ କ୍ୟାଲେଣ୍ଡର ବର୍ଷରେ ୪ ଥର ପରୀକ୍ଷା ହୋଇଥିଲା । ଗତ ଫେବୃଆରୀ, ମାର୍ଚ୍ଚ, ଜୁଲାଇ, ସେପ୍ଟେମ୍ବରରେ ୪ଟି ପରୀକ୍ଷା ହୋଇଥିଲା । ୧୨ଟି ଭାଷାରେ କମ୍ପୁଟର ବେସଡ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ଚଳିତଥର ୭.୩୨ ଲକ୍ଷ ଛାତ୍ରଛାତ୍ରୀ ଜେଇଇର ପରୀକ୍ଷା ଦେଇଥିଲେ ।  

ସେହିପରି ଚଳିତ ଥର ଜେଇଇ ମେନ ପରୀକ୍ଷା କୋଭିଡ କଟକଣା ଭିତରେ ଅନୁଷ୍ଠିତ ହୋଇଥିଲା । ସମସ୍ତ ପରୀକ୍ଷାର୍ଥୀ କୋଭିଡ କଟକଣା ମାନି ପରୀକ୍ଷା କେନ୍ଦ୍ରରେ ପ୍ରବେଶ କରିଥିଲେ । ଏହାସହିତ ସମସ୍ତେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ବଜାୟ ରଖି ପରୀକ୍ଷା ଦେଇଥିଲେ ।  

  • Tags:

Subscribe

National International State Sports Entertainment