ଭାରତ ଅଗ୍ନି-୫ ମିସାଇଲର ସଫଳ ପରୀକ୍ଷଣ କରିଛି । ବାଲେଶ୍ୱର ଜିଲାରେ ଅବସ୍ଥିତ ଅବଦୁଲ କଲାମ ଦୀପରେ ଅଗ୍ନି-୫ର ସଫଳ ପରୀକ୍ଷଣ ହୋଇଛି । ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ ହେଉଥିବା ଏହି ଆନ୍ତଃମହାଦେଶୀୟ ବାଲିଷ୍ଟିକ୍ ମିସାଇଲ ସମ୍ପୂର୍ଣ୍ଣ ରୂପେ ସ୍ଵଦେଶୀ ଜ୍ଞାନ କୌଶଳରେ ନିର୍ମିତ ହୋଇଛି । ଏହାର ୫ ହଜାର କିଲୋମିଟର ଲକ୍ଷ୍ୟ ଭେଦ କରିବାର କ୍ଷମତା ରହିଛି । ଏହାର ଲମ୍ବ ୧୭.୫ ମିଟର ଏବଂ ଓଜନ ୫୦ ଟନ୍ ଅଟେ । ଭାରତ ବ୍ୟତୀତ ଏହା ଚୀନ, ଫ୍ରାନ୍ସ, ଆମେରିକା, ଇସ୍ରାଏଲ, ଋଷ୍ ଏବଂ ଇଂଲଣ୍ଡ ପାଖରେ ରହିଛି ।
ଡିଆର୍ଡିଓର ‘ମିଶନ ଦିବ୍ୟାସ୍ତ୍ର’ର ସଫଳ ପରୀକ୍ଷଣ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୈଜ୍ଞାନିକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ଟୁଇଟ୍ କରି ଲେଖିଛନ୍ତି, ଡିଆର୍ଡିଓ ବୈଜ୍ଞାନିକମାନଙ୍କ ‘ମିଶନ ଦିବ୍ୟାସ୍ତ୍ର’ ପାଇଁ ସେ ଗର୍ବିତ । ଏହି ମିଶନ ଅଧୀନରେ ସ୍ଵଦେଶୀ ଜ୍ଞାନକୌଶଳରେ ନିର୍ମିତ ଅଗ୍ନି-୫ କ୍ଷେପଣାସ୍ତ୍ରର ପ୍ରଥମ ଉଡ଼ାଣ ପରୀକ୍ଷଣ କରାଯାଇଛି, ଯାହାକି ମଲ୍ଟିପଲ୍ ଇଣ୍ଡିପେଣ୍ଡେଣ୍ଟଲି ଟାର୍ଗେଟେବୁଲ ରି-ଏଣ୍ଟ୍ରି ଭେଇକିଲ୍ ଉନ୍ନତ ଜ୍ଞାନକୌଶଳ ସହ ସ୍ଵଦେଶୀ ଭାବେ ବିକଶିତ କରାଯାଇଛି ।
ଅଧିକ ପଢ଼ନ୍ତୁ : ଓଡିଶାରେ ଗଡିବ ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସ