ନୂଆଦିଲ୍ଲୀ: ଜମ୍ମୁରେ ୪ ଜଣ ଆତଙ୍କବାଦୀ ଆକ୍ରମଣ ପରେ ସୁରକ୍ଷାବାହିନୀର ଯବାନମାନେ ପୁଣି ଥରେ ଅପରେସନ୍ ଜୋରଦାର କରିଦେଇଛନ୍ତି। ବାନ୍ଦିପୋରା ପରେ ଏବେ ବାରାମୁଲାରେ ସୁରକ୍ଷାବାହିନୀର ଯବାନମାନେ ଆତଙ୍କବାଦୀମାନଙ୍କୁ ନିପାତ କରିଛନ୍ତି। ବାରାମୁଲାର ସୋପୋରରେ ସୁରକ୍ଷାବାହିନୀର ଗୁଳିରେ ୨ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଉଭୟ କୁଖ୍ୟାତ ଆତଙ୍କବାଦୀ ପାକିସ୍ତାନ ମୂଳ ନିବାସୀ ଥିଲେ।
ଆତଙ୍କବାଦୀ ଉସ୍ମାନ ଆଇଆଇଡି ପ୍ରସ୍ତୁତ କରିବାରେ ଧ୍ରୁତ ଥିଲା। ଉମର ଏହାର ସହକର୍ମୀ ଥିଲା। ସେନାର ଯବାନ ଉଭୟ ଆତଙ୍କବାଦୀଙ୍କୁ ନପାତ କରିଛନ୍ତି। ନିହତ ଆତଙ୍କବାଦୀମାନଙ୍କ ଠାରୁ ବିପୁଳ ପରମାଣର ଅସ୍ତ୍ରଶସ୍ତ୍ର ଓ ଗୁଳିବାରୁଦ ଜବତ ହୋଇଛି। ଏନ୍କାଉଣ୍ଟରରେ ଦୁଇ ଜଣ ଆତଙ୍କବାଦୀ ଆହତ ହୋଇଥିଲେ। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
କୁହାଯାଉଛି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜମ୍ମୁ କଶ୍ମୀର ଗସ୍ତକୁ ଉପରୋକ୍ତ ୨ ଆତଙ୍କବାଦୀ ଭଣ୍ଡୁର କରିବାକୁ ଚାହୁଁଥିଲେ। ଏଥି ପାଇଁ ବଡ଼ଧରଣର ଷଡ଼ଯନ୍ତ୍ର ମଧ୍ୟ କରିଥିଲେ। କିନ୍ତୁ ଏହା ପୂର୍ବରୁ ଏନ୍କାଉଣ୍ଟରରେ ନିହତ ହୋଇଛନ୍ତି। କଶ୍ମୀରରେ ଶାନ୍ତି ବାତାବରଣରେ ହିଂସା ସୃଷ୍ଟି ପାଇଁ ଉଦ୍ୟମ କରୁଥିବା ଷଡ଼ଯନ୍ତ୍ର ବିଫଳ ହେଉଛି।