ସେନାଙ୍କ ପାଇଁ ସ୍ୱତନ୍ତ୍ର ବୁଲେଟ୍ ପ୍ରୁଫ୍ ଜାକେଟ୍ ପ୍ରସ୍ତୁତ କରିଛି କାନପୁର ଡିଆରଡିଓ । ଏହି ଜାକେଟ୍ ଟି ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ କରାଯିବା ସହିତ ଆଧୁନିକ ଉପାୟ ଓ ଉପାଦାନର ବ୍ୟବହାର ହୋଇଛି । ଏହି ଜାକେଟ୍ ରେ ୬ଟି ଗୁଳି ବାଜିଲେ ମଧ୍ୟ ସେନାଙ୍କର କୌଣସି କ୍ଷତି ହେବ ନାହିଁ । ଅତୀତରେ ସେନାମାନେ ବ୍ୟବହାର କରୁଥିବା ବୁଲେଟ୍ ପ୍ରୁଫ୍ ଜାକେଟ୍ ବହୁତ ଓଜନ ଥିବାବେଳେ ସେନାମାନେ ସର୍ଚ୍ଚ ଅପରେସନ କଲାବେଳେ ବହୁ ସମସ୍ୟାର ସାମ୍ନା କରୁଥିଲେ କିନ୍ତୁ କାନପୁର ଡିଆରଡିଓ ସେନାଙ୍କ ପାଇଁ ହାଲୁକା ଓ ସ୍ୱତନ୍ତ୍ର ବୁଲେଟ୍ ପ୍ରୁଫ୍ ଜାକେଟ୍ ପ୍ରସ୍ତୁତ କରିଛନ୍ତି ।