ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା କେ. ମୁରଲୀଧରନ ରବିବାର ଶଶି ଥରୁରଙ୍କ ବିରୋଧରେ ବଡ଼ ବୟାନ ଦେଇଛନ୍ତି। ଥରୁରଙ୍କୁ ସମାଲୋଚନା କରି ମୁରଲୀଧରନ କହିଛନ୍ତି, ଥିରୁବନନ୍ତପୁରମ ସାଂସଦ ଜାତୀୟ ସୁରକ୍ଷା ଉପରେ ତାଙ୍କର ମତ ନ ବଦଳାଇବା ପର୍ଯ୍ୟନ୍ତ ତାଙ୍କୁ ରାଜ୍ୟ ରାଜଧାନୀରେ କୌଣସି କଂଗ୍ରେସ କାର୍ଯ୍ୟକ୍ରମରେ ନିମନ୍ତ୍ରଣ କରାଯିବ ନାହିଁ। ମୁରଲୀଧରନ ଏହା ମଧ୍ୟ କହିଛନ୍ତି ଯେ ଥରୁରଙ୍କ ବିରୋଧରେ କ’ଣ କାର୍ଯ୍ୟାନୁଷ୍ଠାନ ନିଆଯିବ ତାହା ଦଳର ଜାତୀୟ ନେତୃତ୍ୱ ନିଷ୍ପତ୍ତି ନେବେ। ସେ କହିଛନ୍ତି, ଯେତେବେଳେ ସେ ଆମ ସହିତ ନାହାଁନ୍ତି, ସେତେବେଳେ ତାଙ୍କର କୌଣସି କାର୍ଯ୍ୟକ୍ରମ ବର୍ଜନ କରିବାର ପ୍ରଶ୍ନ ଉଠୁନାହିଁ।
କେରଳ କଂଗ୍ରେସର ବରିଷ୍ଠ ନେତା କେ ମୂରଲୀଧରନଙ୍କୁ ଥରୁରଙ୍କ ସଦ୍ୟତମ ବୟାନକୁ ନେଇ ପ୍ରଶ୍ନ ହୋଇଥିଲା। ଏହାର ଜବାବରେ ମୂରଲୀଧରନ ଥରୁରଙ୍କୁ ଟାର୍ଗେଟ୍ କରି କହିଛନ୍ତି ଯେ, ଏବେ ଆମେ ତାଙ୍କୁ ଆଉ ନିଜ ଦଳର ନେତା ମାନୁ ନାହୁଁ। ଯେ ପର୍ଯ୍ୟନ୍ତ ସେ ନିଜର ଆଭିମୁଖ୍ୟ ବଦଳାଇ ନାହାନ୍ତି ଆମେ ତାଙ୍କୁ ତିରୁଅନନ୍ତପୁରମରେ ଆୟୋଜିତ ପାର୍ଟିର କୌଣସି କାର୍ଯ୍ୟକ୍ରମରେ ଆମନ୍ତ୍ରିତ କରିବୁ ନାହିଁ। ସେ ଆମ ସହ ନାହାନ୍ତି, ତେଣୁ ତାଙ୍କୁ କୌଣସି କାର୍ଯ୍ୟକ୍ରମରୁ ବହିଷ୍କାର କରିବାର ପ୍ରଶ୍ନ ଉଠୁନି। ସେ ପୂର୍ବରୁ ଆମଠୁ ଅଲଗା ହୋଇ ସାରିଛନ୍ତି।
"ଦେଶ ପ୍ରଥମେ ଏବଂ ଦଳଗୁଡ଼ିକ ଦେଶକୁ ଉନ୍ନତ କରିବାର ଏକ ମାଧ୍ୟମ," । କୋଚିରେ ଏକ କାର୍ଯ୍ୟକ୍ରମରେ ଏହା କହିଥିଲେ ଶଶି ଥରୁର। ସେ ଏହା ମଧ୍ୟ କହିଥିଲେ ଯେ ଜାତୀୟ ସୁରକ୍ଷା ଏବଂ ସାମ୍ପ୍ରତିକ ସୀମା ଘଟଣାରେ ସଶସ୍ତ୍ର ବାହିନୀ ଏବଂ କେନ୍ଦ୍ର ସରକାରଙ୍କୁ ସମର୍ଥନ କରିବା ପାଇଁ ସେ ବହୁତ ସମାଲୋଚନାର ସମ୍ମୁଖୀନ ହୋଇଛନ୍ତି।ଥରୁର କହିଥିଲେ, "ମୁଁ ମୋର ମତରେ ଅଟଳ ରହିବି କାରଣ ମୁଁ ବିଶ୍ୱାସ କରେ ଯେ ଏହା ଦେଶ ମୁଁ ଠିକ୍ କହିଛି।"
ଥରୁରଙ୍କ ସାମ୍ପ୍ରତିକ ମନ୍ତବ୍ୟ କଂଗ୍ରେସ ଭିତରେ ବିବାଦକୁ ଆହୁରି ଘନୀଭୂତ କରିଛି, ବିଶେଷକରି ପହଲଗାମରେ ଆତଙ୍କବାଦୀ ଆକ୍ରମଣ ଉପରେ ତାଙ୍କର ମନ୍ତବ୍ୟ। ଅନେକ ଦଳୀୟ ନେତା ଥରୁରଙ୍କ ପ୍ରତିକ୍ରିୟା କଂଗ୍ରେସକୁ ଅଡ଼ୁଆ ସ୍ଥିତିରେ ପକାଉଥିବା କହିଛନ୍ତି।