ନୂଆଦିଲ୍ଲୀ: ୨୦୨୪ ଜୁଲାଇ ଶେଷ ହେବାକୁ ଯାଉଛି। ଦୁଇ ଦିନ ପରେ ଅଗଷ୍ଟ ମାସ ଶେଷ ହେବ। ଏହା ପରେ କ୍ୟାଲେଣ୍ଡର ୨୦୨୪ ଅଗଷ୍ଟ ଆରମ୍ଭ ହୋଇଯିବ। ଅଗଷ୍ଟ ମାସ ଆରମ୍ଭ ହେବା ସହିତ ଦେଶରେ ଅନେକ ପରିବର୍ତ୍ତନ ହେବାର ଆଶଙ୍କା ରହିଛି। ଏହା ଦ୍ବାରା ପ୍ରତ୍ୟେକ ପରିବାର ଓ ପକେଟ୍ ପ୍ରଭାବିତ ହୋଇପାରେ। ଏଥିରେ ଏଲ୍ପିଜି ସିଲିଣ୍ଡର ଠାରୁ ଆରମ୍ଭ କରି କ୍ରେଡିଟ୍ କାର୍ଡ ସାମିଲ ରହିଛି।
ତୈଲ ମାର୍କେଟିଂ କଂପାନି ପ୍ରତିମାସର ୧ ତାରିଖରେ ଏଲପିଜି ସିଲିଣ୍ଡରର ଦର ପରିବର୍ତ୍ତନ କରିଥାନ୍ତି। ୨୦୨୪ ଅଗଷ୍ଟ୧ ତାରିଖ ସକାଳ ୬ଟାରେ ମଧ୍ୟ ସଂଶୋଧିତ ଗ୍ୟାସ ଦର ପରିବର୍ତ୍ତନ କରିପାରନ୍ତି। ବିଗତ ଦିନରେ ୧୯ କିଲୋ ବ୍ୟବସାୟିକ ଗ୍ୟାସ ସିଲିଣ୍ଡର ଦର ପରିବର୍ତ୍ତନ ହୋଇଛି। ଅନ୍ୟପଟରେ ୧୪କିଲୋ ଘରୋଇ ଗ୍ୟାସ ସିଲିଣ୍ଡର ଦରରେ କୌଣସି ପରିବର୍ତ୍ତନ ହୋଇନାହିଁ।
ସେହିପରି ଏୟାର ଟର୍ବାଇନ (ଏଟିଏଫ୍) ଓ ସିଏନ୍ଜି-ପିଏନ୍ଜିର ଦର ସଂଶୋଧନ ପ୍ରତିମାସ ୧ ତାରିଖରେ ହୋଇଥାଏ। ଏହି କ୍ରମରେ ଆସନ୍ତା ୧ ତାରିଖ ଠାରୁ ନୂଆ ଦର ଆସିପାରେ। ସୂଚନାଯୋଗ୍ୟ ଗତ ଏପ୍ରିଲ ୧ ତାରିଖରେ ଏଟିଏଫ୍ ଦର ହ୍ରାସ ପାଇଥିଲା।
ଘରୋଇ ସେକ୍ଟରର ସବୁଠୁ ବଡ଼ ବ୍ୟାଙ୍କ ଏଚ୍ଡିଏଫ୍ସି ବ୍ୟାଙ୍କର କ୍ରେଡିଟ୍ କାର୍ଡର ବ୍ୟବହାରକାରୀଙ୍କ ପାଇଁ ଖବର ଆସିଛି। ଅଗଷ୍ଟ ୧ ତାରିଖ ଠାରୁ ଏଚ୍ଡିଏଫ୍ସି ବ୍ୟାଙ୍କ କ୍ରେଡିଟ୍ କାର୍ଡ ଜରିଆରେ ରେଣ୍ଟ ପେମେଣ୍ଟ ଥାର୍ଡ ପାର୍ଟି ଆପ୍ ସିଆରଇଡି, ପେଟିଏମ୍, ମୋବିୱିକ, ଫ୍ରିଚାର୍ଜ ଓ ଅନ୍ୟ ମାଧ୍ୟମରେ ପେମେଣ୍ଟ କରାଗଲେ ୧ପ୍ରତିଶତ ଚାର୍ଜ ଲାଗିବ।
ଗୁଗଲ ମ୍ୟାପ୍ ମଧ୍ୟ ଆସନ୍ତା ୧ ତାରିଖ ଠାରୁ ଭାରତରେ ନିଜର ନିୟମ ପରିବର୍ତ୍ତନ କରିବାକୁ ଯାଉଛି। ବିଶ୍ବର ସବୁଠାରୁ ବଡ଼ ସର୍ଚ୍ଚ ଇଞ୍ଜିନ ନିଜର ଗୁଗଲ ମ୍ୟାପ ସର୍ଭିସ ଉପର ନିଆଯାଉଥିବା ଚାର୍ଜକୁ ୭୦ପ୍ରତିଶତ କମ କରିବା ନେଇ ଘୋଷଣା କରିଛି।
ଅଗଷ୍ଟ ମାସରେ ୧୩ ଦିନ ବ୍ୟାଙ୍କ କାମ ବନ୍ଦ ରହିବ। ରିଜର୍ଭ ବ୍ୟାଙ୍କ ଦ୍ବାରା ଜାରି ବ୍ୟାଙ୍କ ଛୁଟି ତାଲିକାରୁ ଏହା ଜଣାପଡ଼ିଛି। ରକ୍ଷାବନ୍ଧନ, ଜନ୍ମାଷ୍ଟମୀ, ସାଧାରଣତନ୍ତ୍ର ଦିବସ ସମେତ ୪ଟି ରବିବାର, ୨ଟି ଶନିବାର (ଦ୍ବିତୀୟ ଓ ଚତୁର୍ଥ) ଛୁଟି ରହିବ।