ଦିଲ୍ଲୀରେ କଂଗ୍ରେସର ଜରୁରୀ କାଳୀନ ବୈଠକ
Khabar Odisha:Rahul-gets-bail
Khabar Odisha:24/03/2023

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ସରନେମ୍’କୁ ନେଇ ଦେଇଥିବା ମନ୍ତବ୍ୟ ରାହୁଲ ଗାନ୍ଧୀଙ୍କୁ ବିବାଦୀୟ ଘେରକୁ ଟାଣି ଆଣିଛି । ଏ ନେଇ ସୁରଟ୍ କୋର୍ଟ ରାହୁଲଙ୍କୁ ମାନହାନି ମାମଲାରେ ଦୋଷୀ ସାବ୍ୟସ୍ତ କରିବା ସହ ୨ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । କୋର୍ଟଙ୍କ ଦ୍ବାରା ଦଣ୍ଡାଦେଶ ଘୋଷଣା ପରେ ରାହୁଲଙ୍କ ଲୋକସଭା ଏମପି ସଦସ୍ୟ ପଦକୁ  ରଦ୍ଦ କରିଦିଆଯାଇଛି ।ସମ୍ବିଧାନର ଧାରା 102(1)(ଇ) ଓ ଜନପ୍ରତିନିଧି ଆଇନ 1951,ସେକ୍ସନ 8 ଅନୁସାରେ ସଦସ୍ୟତା ରଦ୍ଦ ହୋଇଛି । କୋର୍ଟଙ୍କ ଏହି ରାୟ ପରେ ଦେଶର ବିଭିନ୍ନ ସ୍ଥାନରେ କଂଗ୍ରେସ କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ତେବେ କୋର୍ଟ ତାଙ୍କୁ ତତକ୍ଷଣାତ୍ ଜାମିନ୍ ପ୍ରଦାନ କରିବା ସହ ଦଣ୍ଡାଦେଶକୁ ୩୦ ଦିନ ପାଇଁ ସ୍ଥଗିତ ରଖିଛନ୍ତି । ସୂଚନା ଅନୁଯାୟୀ,୨୦୧୯ ସାଧାରଣ ନିର୍ବାଚନ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରନେମ ବା ଉପନାମକୁ ନେଇ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ କଂଗ୍ରେସ ନେତା ରାହୁଲ ଗାନ୍ଧି । କର୍ଣ୍ଣାଟକର କୋଲାରରେ ଏକ ରାଲିରେ ପ୍ରଚାର ବେଳେ ରାହୁଲ ଗାନ୍ଧି ଏଭଳି ବିବାଦୀୟ ବୟାନ ଦେଇଥିଲେ । ଯାହା ସମଗ୍ର ମୋଦି ସମ୍ପ୍ରଦାୟଙ୍କ ପ୍ରତି ଅପମାନଜନକ ଥିଲା । ଏହାକୁ ନେଇ ବିଜେପି ବିଧାୟକ ତଥା ତତ୍କାଳୀନ ଗୁଜରାଟର ମନ୍ତ୍ରୀ ପୁର୍ଣ୍ଣେସ ମୋଦି ଏକ ମାନହାନୀ ମାମଲା ରୁଜୁ କରିଥିଲେ । ଗତ ସପ୍ତାହରେ କୋର୍ଟ ଉଭୟ ପକ୍ଷର ଯୁକ୍ତି ଶୁଣାଣି କରି ମାର୍ଚ୍ଚ ୨୩ କୁ ରାୟ ଘୋଷଣା ତାରିଖ ଭାବରେ ସ୍ଥିର କରିଥିଲେ। ଗତକାଲି(ଗୁରୁବାର) କୋର୍ଟ ରାହୁଲଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ ।ରାହୁଲ ଗାନ୍ଧୀଙ୍କୁ ୨ ବର୍ଷ ଜେଲ ଦଣ୍ଡାଦେଶ ପରେ କଂଗ୍ରେସର ଜରୁରୀକାଳୀନ ବୈଠକ ଡକାଯାଇଛି  । ଦିଲ୍ଲୀ କଂଗ୍ରେସ ମୁଖ୍ୟାଳୟରେ ସଂଧ୍ୟା ୫ଟାରେ ବସିବ ବୈଠକ । ଏଥିପାଇଁ ଷ୍ଟିୟରିଂ କମିଟି ସଦସ୍ୟ, ପିସିସି ସଭାପତି ଓ ସିଏଲପି ନେତାଙ୍କୁ ଦିଲ୍ଲୀ ଡାକରା ହୋଇଛି । ଦଳର ସଭାପତି ମଲ୍ଲିକାର୍ଜୁନ ଖଡଗେ ବୈଠକରେ ଅଧ୍ୟକ୍ଷତା କରିବେ । ରାହୁଲ ଗାନ୍ଧୀ ଦୋଷୀ ସାବ୍ୟସ୍ତ ହେବା ପରେ ଦଳର ଆଗାମୀ କାର୍ଯ୍ୟପନ୍ଥା କ’ଣ ହେବ ତାହା ନେଇ ବୈଠକରେ ହେବ ଆଲୋଚନା । ବିଭିନ୍ନ ରାଜ୍ୟରେ ଏନେଇ ପ୍ରତିବାଦ କରିବା ପାଇଁ ମଧ୍ୟ ଯୋଜନା ପ୍ରସ୍ତୁତ କରିପାରେ ଦଳ । ପାର୍ଲାମେଣ୍ଟ ହାଉସରୁ ବିଜୟ ଚୌକ ପର୍ଯ୍ୟନ୍ତ ପଦଯାତ୍ରା କରିବା ନେଇ ଦଳ ଯୋଜନା କରୁଥିବା ବେଳେ, ଏହା ପରେ ରାଷ୍ଟ୍ରପତିଙ୍କୁ ଦାବି ପତ୍ର ଦେଇପାରେ ଦଳ ।

Subscribe

National International State Sports Entertainment