ୱାୟନାଡ: ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଆଜି ୱାୟନାଡ ଗସ୍ତ କରୁଛନ୍ତି। ୱାୟନାଡରେ ଭୂସ୍ଖଳନରେ ୧୭୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ୱାୟନାଡରେ ପହଞ୍ଚିବା ମାତ୍ରେ ଭୂସ୍ଖଳନରେ ପ୍ରଭାବିତ ପରିବାରକୁ ପ୍ରଥମେ ଭେଟିବେ। ପୂର୍ବରୁ ଏହି ଦୁଇ ନେତା ବୁଧବାର ଦିନ ୱାୟନାଡରେ ପହଞ୍ଚିବାର କାର୍ଯ୍ୟକ୍ରମ ଥିଲା, କିନ୍ତୁ ଖରାପ ପାଗ ଯୋଗୁଁ ଗସ୍ତ ବାତିଲ କରିଥିଲେ।
ୱାୟନାଡ଼ ଜିଲ୍ଲାର ମେପ୍ପାଡିଠାରେ ମଙ୍ଗଳବାର ଭୋର ସମୟରେ ପ୍ରବଳ ବର୍ଷା ଯୋଗୁଁ ହୋଇଥିବା ଭୂସ୍ଖଳନ ବିଭିନ୍ନ ପାହାଡ଼ିଆ ଅଞ୍ଚଳକୁ ପ୍ରଭାବିତ କରିଛି ଏବଂ ଏଥିରେ ୧୭୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି।
ସୂଚନାଯୋଗ୍ୟ, ରାହୁଲ ଗାନ୍ଧୀ ଲୋକସଭା ନିର୍ବାଚନ ୨୦୧୯ ଓ ୨୦୨୪ରେ ୱାୟନାଡ଼ରୁ ପ୍ରତିନିଧିତ୍ୱ କରିଥିଲେ। ଉଭୟ ଥର ସେ ବିଜୟୀ ହୋଇଥିଲେ। ଏଥର ଲୋକସଭା ନିର୍ବାଚନରେ ସେ ରାୟବରେଲିଙ୍କ ସହ ୱାୟନାଡରୁ ନିର୍ବାଚିତ ହୋଇଥିଲେ, କିନ୍ତୁ ସେ କେରଳର ସଂସଦୀୟ କ୍ଷେତ୍ରରୁ ଇସ୍ତଫା ଦେଇଥିଲେ। ତାଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ୱାୟନାଡରୁ ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ହେବେ ବୋଲି ଗଣମାଧ୍ୟମର ରିପୋର୍ଟରୁ ଜଣାପଡ଼ିଛି।