ପଞ୍ଜାବରେ ଘୁଞ୍ଚିଲା ବିଧାନସଭା ନିର୍ବାଚନ,ଫେବୃଆରୀ ୧୪ ବଦଳରେ ୨୦ରେ ହେବ ଭୋଟ ଗ୍ରହଣ ପଞ୍ଜାବ ,ଜାନୁଆରୀ 17(ଖବର ଓଡ଼ିଶା): Share story: ପଞ୍ଜାବ ବିଧାନସଭା ନିର୍ବାଚନ ଘୁଞ୍ଚାଇଲେ ନିର୍ବାଚନ କମିଶନର । ପୁର୍ବରୁ ଏହି ବିଧାନସଭା ଭୋଟ କାର୍ଯ୍ୟ ଫେବୃଆରୀ ୧୪ରେ ହେବା ପାଇଁ ଘୋଷଣା ହେଉଥିବା ବେଳେ ବର୍ତ୍ତମାନ ଏହି ତାରିଖକୁ ଫେବୃଆରୀ ୨୦କୁ ଘୁଞ୍ଚାଯାଇଛି । ସୁଚନା ଅନୁସାରେ ପୁର୍ବରୁ ଜାତୀୟ ନିର୍ବାଚନ କମିସନର ସୁଶୀଲ ଚନ୍ଦ୍ର ପ୍ରେସମିଟ କରି ୫ଟି ରାଜ୍ୟ ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରିଥିଲେ । ନିର୍ବାଚନ ହେବାକୁ ଥିବା ୫ଟି ରାଜ୍ୟ ହେଉଛି ଉତରପ୍ରଦେଶ, ଉତରାଖଣ୍ଡ, ପଞ୍ଜାବ, ମଣିପୁର. ଓ ଗୋଆ । ଏହି ୫ଟି ରାଜ୍ୟରେ ୭ଟି ପର୍ଯ୍ୟାୟ ରେ ମତଦାନ ହେବାକୁ ଥିବା ବେଳେ ଫେବୃୟାରୀ ୧୪ ତାରିଖରେ ପଂଜାବ, ଗୋଆ ଓ ଉତରାଖଣ୍ଡରେ ଭୋଟ ଗ୍ରହଣ କାର୍ଯ୍ୟ ଅନୁଷ୍ଠିତ ହୋଇଥାନ୍ତା । ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତସିଂ ଚନ୍ନିଙ୍କ ପରେ ବିଜେପି ବି ନିର୍ବାଚନ ଆୟୋଗଙ୍କ ପାଖରେ ସମାନ ଦାବି ଉଠାଇଥଲେ ଉଭୟ ବିଜେପି ଓ କଂଗ୍ରେସ ଗୁରୁ ରବିଦାସ ଜୟନ୍ତୀକୁ ନଜରରେ ରଖି ଫେବ୍ରୁଆରି ୧୪ ତାରିଖରୁ ଆରମ୍ଭ ହେବାକୁ ଥିବା ରାଜ୍ୟର ବିଧାନସଭା ନିର୍ବାଚନକୁ ସ୍ଥଗିତ ରଖିବାକୁ ନିର୍ବାଚନ ଆୟୋଗଙ୍କ ପାଖରେ ଦାବି ଉଠାଇଥିଲେ ସୁଚନା ଅନୁସାରେ ସାରା ଦେଶରେ କରୋନା ଆତଙ୍କ ବଢୁଥିବା ବେଳେ ଏହି ବିଧାନସଭା ନିର୍ବାଚନ ଆୟୋଜନ କରି ସିଧାସଳଖ ଜନସାଧାରଣଙ୍କୁ ବିପଦ ମୁହଁକୁ ଠେଲିବା ସମାନ । କାରଣ ସାମାନ୍ୟ ମିଳାମିଶା କାରଣରୁ ମଧ୍ୟ ଏହା ଖୁବ୍ କମ୍ ସମୟରେ ଅଧିକ ସଂକ୍ରମଣ କରି ପକାଉଛି । ଖବର ଓଡ଼ିଶା, Reporter, 17/01/2022