ଟଙ୍କା ଜବତ ମାମଲାରେ ମୁଣ୍ଡ ଟେକିଲାଣି ରାଜନୀତି Khabar Odisha: 09/12/2023 Share story: ଟଙ୍କା ଜବତ ମାମଲାରେ ମୁଣ୍ଡ ଟେକିଲାଣି ରାଜନୀତି । ଝାଡ଼ଖଣ୍ଡର କଂଗ୍ରେସ ରାଜ୍ୟସଭା ସାଂସଦ ଧୀରଜ ସାହୁଙ୍କ ମଦ ପ୍ରସ୍ତୁତି ସଂସ୍ଥାରେ ଚଢ଼ଉ କରିଥିଲା ଆୟକର ବିଭାଗ ।ଏହି ଚଢ଼ାଉପରେ କୋଟି କୋଟି ଟଙ୍କା ଜବତ କରାଗଲାଣି।ଯେତେ ଖୋଜିଲେ ସେତ ବାହାରୁଛି । ଗଣି ଗଣି ଟଙ୍କା ଗାନ ମେସିନ ଖରାପ ହୋଇଗଲାଣି କିନ୍ତୁ ଜବତ ହୋଇଥିବା ଟଙ୍କା ସରୁନି । ଗୋଟେ ପଟେ ଟଙ୍କା ଜବତ କରାଯାଉଥିଲାବେଳ ଅନ୍ୟପଟେ ଏହି ଜବତ ଟଙ୍କା ମାମଲାରେ ମୁଣ୍ଡ ଟେକିଛି ରଜନୀତି ।ସମସ୍ତ ରାନୈତିକ ଦଳ ଅନ୍ୟ ଦଳଙ୍କ ଉପରେ ଦୋଷ ଲଦୁଛନ୍ତି । ଏହି ପ୍ରସଙ୍ଗକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଓଡିଶା ଅଣ ଓଡ଼ିଆ ମଦବେପାରୀଙ୍କ ଦ୍ୱାରା ଲୁଟ୍ ହେଉଛି ବୋଲି ରାଜ୍ୟ ବିଜେପି ମୁଖପାତ୍ର ମନୋଜ ମହାପାତ୍ର କହିଛନ୍ତି ।ଆୟକର ବିଭାଗ ୩ ଦିନ ତଳେ ଜଣେ ଅଣ ଓଡ଼ିଆଙ୍କ ପାଖରୁ ୫୦୦କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଜବତ କରିଛି । ଜବତ ହୋଇଥିବା ଟଙ୍କା କାହାର ବୋଲି ସେ ପ୍ରଶ୍ନ ଉଠାଇବା ସହ ବାର୍ଷିକ ୧୨୦ କୋଟି ଟଙ୍କାର କାରବାର କରୁଥିବା ‘ସାହୁ ବଦର୍ସ ଆଣ୍ଡ କୋ’ ଙ୍କ ନିକଟକୁ ଏତେ ଟଙ୍କା କେଉଁଠୁ ଆସିଲା ? ବୋଲି ମଧ୍ୟ ପ୍ରଶ୍ନ କରିଛନ୍ତି । ତେବେ ଜବତ କରାଯାଇଥିବା ଏହି ଟଙ୍କା ମଦ ବ୍ୟବସାୟୀଙ୍କ ନିଜସ୍ୱ ନା ଆଉ କାହାର କଳା ଟଙ୍କା ଏଥିରେ ସାମିଲ ଅଛି । ଏହି ଭଳି କିଛି କଥାକୁ ନେଇ ରାଜନୈତିକ ଦଳ ଦୋଷାରୋପ ଲଗାଇବାରେ ଲାଗିଛନ୍ତି ।ଜଣେ ଅନ୍ୟ ଜଣକୁ ଦୋଷ ଦେଇଚାଲିଛନ୍ତି ।ଏନେଇ ଶ୍ରୀ ମହାପାତ୍ର ଦାବି କରିଛନ୍ତି ଯେ ବିଜେଡି ସହ ‘ସାହୁ ବଦର୍ସ ଆଣ୍ଡ କୋ’ର କ’ଣ ସଂପର୍କ ରହିଛି ତାହା ରାଜ୍ୟ ସରକାର ପ୍ରଥମେ ସ୍ପଷ୍ଟ କରନ୍ତୁ। ସଚ୍ଚୋଟତାର ମୁଖା ପିନ୍ଧିଥିବା ବିଜେଡି ନିଜର ସ୍ୱଚ୍ଛତା ଓ ଜନସାଧାରଣଙ୍କ ସ୍ୱାର୍ଥ ଦୃଷ୍ଟିରୁ ରାଜ୍ୟ ସରକାର ଏହି ଘଟଣାର ତଦନ୍ତ ଭାର ସିବିଆଇକୁ ହସ୍ତାନ୍ତର କରନ୍ତୁ ।ତେବେ ଶ୍ରୀ ମହାପାତ୍ର ଉଠାଇଥିବା ଏହି ସବୁ ପ୍ରଶ୍ନର କୌଣସି ଉତ୍ତର ଆସିନାହିଁ। ଅଧିକ ପଢନ୍ତୁ :ରେଡ୍ ର ୪୮ ଘଣ୍ଟା ପରେ ବି ସରୁନି ଟଙ୍କା ଗଣତି money seizure Politics Sasmita Das, Author, 09/12/2023