ତରନତାରନ (ପଂଜାବ): ସୀମା ସୁରକ୍ଷା ବଳ (ବିଏସ୍ଏଫ୍) ଓ ପଂଜାବ ପୁଲିସ ମିଳିତ ଉଦ୍ୟମରେ ପାକିସ୍ତାନର ଷଡ଼ଯନ୍ତ୍ରକୁ ବିଫଳ କରିଛନ୍ତି। ବିଏସ୍ଏଫ୍ ଓ ପଂଜାବ ପୁଲିସ ମିଳିତ ଅପରେଶନ ବଳରେ ଶୁକ୍ରବାର ତରନତାରନ ଜିଲ୍ଲାର ସୀମାବର୍ତ୍ତୀ ଅଞ୍ଚଳରେ ପାକିସ୍ତାନୀ ଡ୍ରୋନ୍ ଜବତ କରିଛନ୍ତି। ଏହି ଡ୍ରୋନ୍ ଚୀନରେ ନିର୍ମିତ ହୋଇଥିଲା ବୋଲି ସୁରକ୍ଷା ବାହିନୀର ଯବାନମାନେ ଜାଣିବାକୁ ପାଇଛନ୍ତି।
ବିଏସ୍ଏଫ୍ର ଜଣେ ଅଧିକାରୀ ଗଣମାଧ୍ୟମକୁ କହିଛନ୍ତି, ଜବତ ହୋଇଥିବା ଡ୍ରୋନ୍ ଚୀନରେ ନିର୍ମିତ ହୋଇଥିଲା। ଭାରତ ସୀମାରେ ପାକିସ୍ତାନ ଡ୍ରୋନ୍ ପ୍ରବେଶ କରାଇବାକୁ ଉଦ୍ୟମ କରିଥିଲା। ଆମର ଯବାନମାନେ ଏହି ଉଦ୍ୟମକୁ ବିଫଳ କରିଛନ୍ତି। ପାକିସ୍ତାନୀ ଡ୍ରୋନ୍ ଜବତ କରାଯାଇଛି। ଏହି ଡ୍ରୋନ୍ ନୁରୱାଲା ଗାଁ ନିକଟ ଏକ ଖେତ ଭିତରୁ ମିଳିଛି।
ବିଏସ୍ଏଫ୍ର ଯବାନ ଓ ପଂଜାବ ପୁଲିସ ସଫଳ ଅପରେଶନ କରିଛନ୍ତି। ଏହା ପୂର୍ବରୁ ମଧ୍ୟ ଜୁନ ୨୦ ତାରିଖରେ ସୀମା ସୁରକ୍ଷା ବାହିନୀର ଯବାନମାନେ ତରନତାରନ ଜିଲ୍ଲାର ସୀମାନ୍ତ ଅଞ୍ଚଳରୁ ଚୀନ ନିର୍ମିତ ଏକ ଡ୍ରୋନ୍ ଉଦ୍ଧାର କରିଥିଲେ। ସୁରକ୍ଷା ବାହିନୀର ଯବାନମାନେ ଅପରେଶନନରେ ବାହାରିଥିବା ବେଳେ ଚୀନ୍ର ଡ୍ରୋନ୍ ମିଳିଥିଲା। ଗୁଇନ୍ଦା ସଂସ୍ଥାର ରିପୋର୍ଟ ଆଧାରରେ ଏହି ଅପରେଶନ କରାଯାଇଥିଲା।