ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗାଜାରେ ଚାଲିଥିବା ଶାନ୍ତି ପ୍ରୟାସରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନେତୃତ୍ୱକୁ ସମର୍ଥନ ଜଣାଇଛନ୍ତି। ସେ କହିଛନ୍ତି ଯେ ଗାଜାରେ ଶାନ୍ତି ପ୍ରକ୍ରିୟା ଏକ ନିର୍ଣ୍ଣାୟକ ପର୍ଯ୍ୟାୟରେ ଅଛି। ଏହି ପରିପ୍ରେକ୍ଷୀରେ ଆମେ ଗାଜାରେ ଶାନ୍ତି ପ୍ରୟାସରେ ନିର୍ଣ୍ଣାୟକ ପ୍ରଗତି ପାଇଁ ରାଷ୍ଟ୍ରପତି ଟ୍ରମ୍ପଙ୍କ ନେତୃତ୍ୱକୁ ସ୍ୱାଗତ କରୁଛୁ। ବନ୍ଧକଙ୍କ ମୁକ୍ତି ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପର ସଙ୍କେତ ଦିଏ। ଭାରତ ଏକ ସ୍ଥାୟୀ ଏବଂ ନ୍ୟାୟପୂର୍ଣ୍ଣ ଶାନ୍ତି ପାଇଁ ସମସ୍ତ ପ୍ରୟାସକୁ ଦୃଢ଼ ଭାବରେ ସମର୍ଥନ କରି ଚାଲିବ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ଟ୍ୱିଟରରେ ଲେଖିଛନ୍ତି।
ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରସ୍ତାବକୁ ଗ୍ରହଣ କରି ହମାସ ସମସ୍ତ ଇସ୍ରାଏଲୀ ବନ୍ଦୀଙ୍କୁ ମୁକ୍ତ କରିବାକୁ ରାଜି ହୋଇଛି। ହମାସ ଶୁକ୍ରବାର କହିଛି ଯେ ଏହା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଗାଜା ଯୁଦ୍ଧ ସମାପ୍ତ କରିବା ଯୋଜନାର କିଛି ଦିଗ ସହିତ ସହମତ, ଯେଉଁଥିରେ ବନ୍ଧକମାନଙ୍କୁ ମୁକ୍ତ କରିବା ଏବଂ ଏନକ୍ଲେଭର ପ୍ରଶାସନ ହସ୍ତାନ୍ତର କରିବା ସାମିଲ ରହିଛି।
ମିଡିଆ ରିପୋର୍ଟ ଅନୁଯାୟୀ ହମାସର ଏକ ବିବୃତ୍ତିର ଏକ କପିରେ କୁହାଯାଇଛି ଯେ, ହମାସ ଟ୍ରମ୍ପଙ୍କ ୨୦ ସୂତ୍ରୀ ଯୋଜନାର ଜବାବ ଜାରି କରିଛି। ଆମେରିକା ରାଷ୍ଟ୍ରପତି ପାଲେଷ୍ଟାଇନୀ ଆତଙ୍କବାଦୀ ଗୋଷ୍ଠୀ ହମାସକୁ ପ୍ରସ୍ତାବ ଗ୍ରହଣ କରିବା କିମ୍ବା ପ୍ରତ୍ୟାଖ୍ୟାନ କରିବା ପାଇଁ ରବିବାର ପର୍ଯ୍ୟନ୍ତ ସମୟ ଦେଇଛନ୍ତି। ଟ୍ରମ୍ପ ହମାସ ଚାହୁଁଥିବା ସର୍ତ୍ତଗୁଡ଼ିକ ଆଲୋଚନା କରାଯିବ କି ନାହିଁ ତାହା ସ୍ପଷ୍ଟ କରିନାହାଁନ୍ତି।
ଅଧିକ ପଢ଼ନ୍ତୁ: ଘୂର୍ଣ୍ଣିଝଡ଼ 'ଶକ୍ତି' ନେଇ ଅନେକ ଜିଲ୍ଲାକୁ ସତର୍କତା ସୂଚନା ଜାରି