ନୂଆଦିଲ୍ଲୀ: ବୁଲଡୋଜର ଆକ୍ସନ ଉପରେ ସୁପ୍ରିମକୋର୍ଟ କଠୋର ଆଭିମୁଖ୍ୟ ଆପଣେଇଛନ୍ତି । ଏହାକୁ ନେଇ ସମଗ୍ର ଦେଶ ପାଇଁ ଗାଇଡଲାଇନ୍ ପ୍ରସ୍ତୁତ କରିଛନ୍ତି । ଅଦାଲତ ବୁଧବାର ଏହି ସମ୍ବନ୍ଧରେ ନିଷ୍ପତ୍ତି ଦେଇ କହିଛନ୍ତି ଯେ, କୌଣସି ବି ଘର ବର୍ଷ ବର୍ଷର ପରିଶ୍ରମରେ ନିର୍ମାଣ ହୁଏ ଏବଂ ପ୍ରତ୍ୟେକଙ୍କ ଘରଟିଏ ତିଆରି ପାଇଁ ସ୍ୱପ୍ନ ରହିଥାଏ । ଏଥିପାଇଁ କୌଣସି ଘରର କିଏ ଦୋଷୀ କିମ୍ବା ଅଭିଯୁକ୍ତ ହୋଇଗଲେ ତାଙ୍କ ଘରକୁ ଧ୍ୱଂସ କରିବା ସଂପୂର୍ଣ୍ଣ ଭୁଲ୍ ଏବଂ ଏହା ମୌଳିକର ଅଧିକାରକୁ କ୍ଷୁର୍ଣ୍ଣ କରୁଛି । ଅଦାଲତ ଧାରା ୧୪୨ ଆଧାରରେ ବ୍ୟବସ୍ଥା ସୁନିଶ୍ଚିତ କରିବା ପାଇଁ ନିଜର ଅଧିକାରର ପ୍ରୟୋଗ କରି ନିୟମ ସ୍ଥିର କରିଛନ୍ତି । ଦେଶର କୌଣସି ବି ଅଞ୍ଚଳରେ ବୁଲଡୋଜର ଆକ୍ସନ ପୂର୍ବରୁ ଏହା ପାଳନ କରିବାକୁ ପଡିବ । ଏହା ହେଉଛି ସେହି ୧୦ ନିୟମ ।
୧ - ଯଦି ନିର୍ମାଣ ଧ୍ୱଂସ କରିବାର ଅଛି ତେବ ଏହା ବିରୋଧରେ ଅପିଲ୍ କରିବା ପାଇଁ ସମୟ ଦିଆଯିବା ଉଚିତ । ଯଦି ଭୁଲ କାର୍ଯ୍ୟାନୁଷ୍ଠାନ ନିଆଯାଏ ତେବେ ଅଧିକାରୀଙ୍କୁ କ୍ଷତିର ଭରଣା ନିଜର ଦରମାରୁ କରିବାକୁ ପଡିବ ।
୨ – ବିନା କାରଣ ଦର୍ଶାଅ ନୋଟିସରେ ବୁଲୋଡଜର ଆକ୍ସନକୁ ଅନୁମତି ମିଳିବ ନାହିଁ । ନୋଟିସ୍ ରେଜିଷ୍ଟର ଡାକ ଜରିଆରେ ପଠାଯିବା ଉଚିତ୍ । ଏପରିକି ଭଙ୍ଗା ହେବାକୁ ଥିବା କୋଠା ବାହାରେ ନୋଟିସ୍ ଲାଗିବା ଉଚିତ୍ । କୌଣସି ବି କାର୍ଯ୍ୟାନୁଷ୍ଠାନ ନେବା ପୂର୍ବରୁ ନୋଟିସ ତାରିଖରୁ ୧୫ ଦିନର ସମୟ ଦିଆଯିବା ଉଚିତ୍ ।
୩ – କେଉଁ କାରଣ ପାଇଁ ବୁଲଡୋଜର ଆକ୍ସନ ନିଆଯିବା ତାର କାରଣ ନୋଟିସରେ ଉଲ୍ଲେଖ ରହିବା ଦରକାର । ଏହା ବ୍ୟତୀତ ଶୁଣାଣିର ସୁଯୋଗ ଦିଆଯିବା ଉଚିତ୍ । ଶୁଣାଣି ତାରିଖ ନୋଟିସରେ ରହିବା ଉଚିତ୍ । ଯଦ୍ୱାରା ପ୍ରଭାବିତ ଲୋକ ବ୍ୟକ୍ତିଗତ ଶୁଣାଣି ପାଇଁ ନିଜର ପକ୍ଷ ରଖି ପାରିବେ ।
୪ - ଆଗ ନୋଟିସ୍ ଜାରି କରାଯାଇ ପରେ ସୂଚନା ଦେବା ଭୁଲ୍ ହେବ । ନୋଟିସ୍ ଜାରି ହେବା ମାତ୍ରେ ଜିଲ୍ଲାପାଳଙ୍କୁ ମଧ୍ୟ ଅବଗତ କରାଯିବା ଉଚିତ୍ । ଏହି ସୂଚନା ଇମେଲ୍ ଜରିଆରେ ଯିବା ଦରକାର । ଇମେଲ୍ ମିଳିବା ପରେ ଏହାର ପ୍ରତିଉତ୍ତର ମଧ୍ୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଯିବା ଉଚିତ୍ । ବୁଲଡୋଜର ଆକ୍ସନରେ ହିଁ ଡିଏମ ନୋଡାଲ ଅଧିକାରୀ ଭାବେ ଉପସ୍ଥିତ ରହିବେ ।
୫ – ତିନି ମାସ ଭିତରେ ଏକ ଡିଜିଲାଟ୍ ପୋର୍ଟାଲ ତିଆରି କରାଯାଉ । ଏହି ପୋର୍ଟାଲରେ ଧ୍ୱସ୍ତ ହୋଇଥିବା ସମସ୍ତ ନୋଟିସ୍ ଅପଲୋଡ କରାଯାଉ । ଏହି ସମ୍ବନ୍ଧରେ ସମସ୍ତ ଆଦେଶ ସେଠାରେ ଉଲ୍ଲେଖ କରାଯାଉ ।
୬ – ନୋଟିସ୍ ପାଉଥିବା ବ୍ୟକ୍ତିଗତ ଶୁଣାଣିର ସୁଯୋଗ ମିଳିବ ।
୭ - ଅନ୍ତିମ ଆଦେଶ ପାରିତ ହେବା ପରେ ଏହା ଜଣାଯାଉ ଯେ ଏହି ଅପରାଧ ବୁଝାମଣା ଯୋଗ୍ୟ କି ନୁହେଁ । ଯଦି ଗୋଟିଏ ଅଂଶ ଅବୈଧ୍ୟ ତେବେ କୋଠା ଉପରେ ବୁଲଡୋଜର ଚଳାଇବାର କଣ ଆବଶ୍ୟକତା ରହିଛି । ଏହି ସମ୍ବନ୍ଧରେ ପୂରା ସୂଚନା ପୋର୍ଟାଲରେ ରହିବା ଦରକାର ।
୮ - ଆଦେଶର ୧୫ ଦିନ ଭିତରେ ମାଲିକଙ୍କୁ ବେଆଇନ ନିର୍ମାଣକୁ ଧ୍ୱସ୍ତ କରିବା କିମ୍ବା ହଟାଇବାର ସମୟ ଦିଆଯିବା ଉଚିତ୍ । ଯଦି ୧୫ ଦିନର ଅବଧି ଭିତରେ ଉକ୍ତ ବ୍ୟକ୍ତି ବେଆଇନ ନିର୍ମାଣ ନ ହଟାଇଲେ ତେବେ ଏହା ଉପରେ ଆକ୍ସନ ଉପରେ ବିଚାର କରାଯାଇ ପାରିବ ।
୯ - ଆକ୍ସନ ପୂର୍ବରୁ ସମ୍ବନ୍ଧିତ ଅଧିକାରୀଙ୍କ ଦ୍ୱାରା ସାକ୍ଷୀଙ୍କ ହସ୍ତାକ୍ଷର ଥିବା ଏକ ବିସ୍ତୃତ ନୀରିକ୍ଷଣ ରିପୋର୍ଟ ପ୍ରସ୍ତୁତ କରାଯିବ ।
୧୦ - ନିର୍ମାଣ ଭାଙ୍ଗିବାର ପୂରା କାର୍ଯ୍ୟାନୁଷ୍ଠାନର ଭିଡିଓଗ୍ରାଫି କରାଯିବ । ଭିଡିଓ ଗ୍ରାଫିର ରେକର୍ଡିଂ ସୁରକ୍ଷିତ ରଖାଯାଉ । କାର୍ଯ୍ୟାନୁଷ୍ଠାନ ନେବା ସମୟରେ କିଏ କିଏ ଅଧିକାରୀ ଉପସ୍ଥିତ ଅଛନ୍ତି ତାହା ମଧ୍ୟ ଉଲ୍ଲେଖ ରହିବ ।