ନୂଆଦିଲ୍ଲୀ: ଭାରତୀୟ ରେଲୱେର ସରକାରୀ ଟିକେଟ୍ ବୁକିଂ ପ୍ଲାଟଫର୍ମ IRCTCର ୱେବସାଇଟ ଗୋଟିଏ ସପ୍ତାହରେ ଦ୍ୱିତୀୟ ଥର ଡାଉନ ହୋଇଛି । ଦୀପାବଳି ଠିକ୍ ପୂର୍ବରୁ ୱେବସାଇଟ ଓ ଆପ୍ ଜରିଅ।।ରେ ଟିକେଟ୍ ବୁକ୍ କରି ପାରୁ ନ ଥିଲେ ଯାତ୍ରୀ । ଏବେ ପୁଣି ଥରେ ଅନେକ ୟୁଜର୍ସ IRCTCର ୱେବସାଇଟରୁ ଟିକେଟ୍ ବୁକିଂରେ ସମସ୍ୟା ଦେଖିବାକୁ ମିଳିଛି । IRCTCର ୱେବସାଇଟରେ ପୁଣି ଥରେ 'This Site is currently unreachable please try after some time' ର ମେସେଜ ଦେଖିବାକୁ ମିଳିଛି । ଅର୍ଥାତ ସାଇଟ୍ ଏବେ ଚାଲି ପାରିବ ନାହିଁ, ଦୟାକରି କିଛି ସମୟ ପରେ ଚେଷ୍ଟା କରନ୍ତୁ ।
ଦୀପାବଳି ଠିକ ପୂର୍ବରୁ ୟୁଜର୍ସଙ୍କୁ ଟିକେଟ୍ ବୁକ୍ କରିବାରେ ସମସ୍ୟା ହୋଇଥିଲା । କିଛି ଘଣ୍ଟା ପରେ IRCTC ର ସର୍ଭର ଅପ୍ ହୋଇଥିଲା, ଏହା ପରେ ଯାତ୍ରୀମାନେ ଟିକେଟ୍ ବୁକ୍ କରି ପାରିଥିଲେ । ତେବେ ଆଜି ପୁଣି ଥରେ ସାଇଟ୍ ଡାଉନ ନେଇ IRCTC ପକ୍ଷରୁ କୌଣସି ଆନୁଷ୍ଠାନିକ ବୟାନ ଆସିନାହିଁ । ପାର୍ବଣ ଋତୁରେ IRCTCର ୱେବସାଇଟରେ ଏମିତି ସମସ୍ୟା କାରଣରୁ ଲକ୍ଷ ଲକ୍ଷ ଯାତ୍ରୀଙ୍କୁ ହଇରାଣ ହେବାକୁ ପଡୁଛି ।
ଏକ୍ସରେ ଅନେକ ୟୁଜର୍ସ IRCTCର ୱେବସାଇଟରେ ଦେଖା ଦେଇଥିବା ସମସ୍ୟାକୁ ନେଇ ରିପୋର୍ଟ କରିଛନ୍ତି । ୟୁଜର୍ସ ସ୍କ୍ରିନସଟ ସେୟାର କରି ଟିକେଟ୍ ବୁକିଂରେ ହେଉଥିବା ସମସ୍ୟାକୁ ନେଇ ରିପୋର୍ଟ କରିଛନ୍ତି । ୟୁଜର୍ସଙ୍କ ଅନୁଯାୟୀ ସକାଳ ପ୍ରାୟ ୧୦ଟାରେ ୟୁଜର୍ସଙ୍କୁ ଟିକେଟ୍ ବୁକ୍ କରିବା ସମୟରେ ସମସ୍ୟା ଆସିଥିଲା । ଟିକେଟ୍ ବୁକ୍ ସମୟରେ ଏରର ଆସୁଥିଲା । ଏହାକୁ ନେଇ ଯାତ୍ରୀ ଖୁବ୍ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।
Also read: ମାଆଙ୍କୁ ଶେଷ ମେସେଜ୍ ପଠାଇ ଜୀବନ ହାରିଲେ ଯୁବକ; ଚିପିଲିମା ପାୱାର ଚ୍ୟାନେଲରୁ ଉଦ୍ଧାର ହେଲା ମୃତଦେହ