ନିକଟରେ ବିହାରର ନବମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ନୀତୀଶ କୁମାରଙ୍କ ପାଇଁ ସୋମବାର ଦିନ ବିହାର ବିଧାନସଭାରେ ହେବାକୁ ଯାଉଛି ଫ୍ଲୋର ଟେଷ୍ଟ । ନୀତୀଶ କୁମାର ବହୁମତ ସାବ୍ୟସ୍ତ କରି ନିଜର ସାମର୍ଥ୍ୟ ଦେଖେଇବେ। ଆରଜେଡି ଛାଡି ବିଜେପି ସହଯୋଗରେ ମୁଖ୍ୟମନ୍ତ୍ରୀ ହୋଇଥିବା ନୀତୀଶ ଆସ୍ଥା ଭୋଟର ସାମ୍ନା କରିବାକୁ ଯାଉଛନ୍ତି। ତେବେ ଆସ୍ଥା ଭୋଟରେ ବିଜୟୀ ହେଲେ ବିଦ୍ଧିବଦ୍ଧ ଭାବେ ସରକାର ଗଢିବେ ନୀତୀଶ କୁମାର।୨୪୩ ଆସନ ବିଶିଷ୍ଟ ବିହାର ବିଧାନସଭାରେ ସଂଖ୍ୟାଗରିଷ୍ଠତା ପାଇଁ ୧୨୨ ଆସନ ଆବଶ୍ୟକ ହୋଇଥିବା ବେଳେ ବିଜେପି-ଜେଡିୟୁ ମେଣ୍ଟ ପାଖରେ ୧୨୮ ସଦସ୍ୟ ଥିବା ସୂଚନା ମିଳିଛି।
ତେବେ ଗତ ରବିବାର ରାତିରୁ ତେଜସ୍ୱୀଙ୍କ ବାସଭବନ ଆଗରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ସମର୍ଥକ ମାନେ ମଧ୍ୟ ରାତି ସାରା ତେଜସ୍ୱୀଙ୍କ ବାସଭବନ ଆଗରେ ଥିବା ଦେଖିବାକୁ ମିଳିଛି। ନିକଟରେ NDAର ୧୨୮ ବିଧାୟକଙ୍କ ସମର୍ଥନ ପତ୍ର ଦେଇ ରାଜ୍ୟପାଳଙ୍କ ନିକଟରେ ନୂଆ ସରକାର ଗଠନ ପାଇଁ ଦାବି କରିଥିଲେ ନୀତୀଶ। ଏଥିରୁ ବିଜେପିରୁ ୭୮, ଜେଡିୟୁର ୪୫ ସଦସ୍ୟ, HAM(S)ର ୪ ଏବଂ ଜଣେ ସ୍ୱାଧୀନ ବିଧାୟକ ଥିଲେ। ଅପରପକ୍ଷରେ ବିରୋଧୀ ମେଣ୍ଟରେ ୧୧୪ ଜଣ ସଦସ୍ୟ ରହିଛନ୍ତି ।
ସୂଚନାଯୋଗ୍ୟ ଯେ, ଜାନୁଆରୀ ୨୮ ତାରିଖ ଦିନ ପୁଣି ନବମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନୀତୀଶ କୁମାର । ନୀତୀଶଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ ବିହାର ରାଜ୍ୟପାଳ ରାଜେନ୍ଦ୍ର ଆର୍ଲେକର । ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଦୁଇ ବରିଷ୍ଠ ବିଜେପି ବିଧାୟକ ସମ୍ରାଟ ଚୌଧୁରୀ ଓ ବିଜୟ ସିହ୍ନା ।
ଅଧିକ ପଢନ୍ତୁ: ଐତିହାସିକ ଧଉଳି-କଳିଙ୍ଗ ମହୋତ୍ସବ ଉଦଯାପିତ