ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ବହୁ ପ୍ରତୀକ୍ଷିତ ସାଟେଲାଇଟରୁ ଟୋଲ ଟ୍ୟାକ୍ସ ଆଦାୟର ଯୋଜନା ଶୀତଳଭଣ୍ଡାରରେ ପଡି ଯାଇଛି । ବାହାନରେ ଟ୍ରାକିଙ୍ଗ ଡିଭାଇସ ଲଗାଇଲେ ଗୁଇନ୍ଦାଗିରିର ଆଶଙ୍କା ଏବଂ ସାଧାରଣ ଜନତାଙ୍କ ବ୍ୟକ୍ତିଗତକୁ ଦୃଷ୍ଟିରେ ରଖି ଏହି ଯୋଜନାକୁ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ବନ୍ଦ କରାଯାଇଛି । ପ୍ରଥମରୁ ମଧ୍ୟ ସରକାର ସ୍ପଷ୍ଟ କରି ଦେଇଛନ୍ତି ଯେ, ମେ ୧ରୁ ସାଟେଲାଇଟ ଜରିଆରେ ଟୋଲ ଟ୍ୟାକ୍ସ କଲେକ୍ସନକୁ ନେଇ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ ।
ଜାତୀୟ ରାଜପଥକୁ ଟୋଲ ପ୍ଲାଜା ମୁକ୍ତ କରିବା ଏବଂ ଯେତେ ଦୂର ସେତିକି ଟୋଲ ଟ୍ୟାକ୍ସ ଆଦାୟ କରାଯିବା ସିଦ୍ଧାନ୍ତ ଉପରେ ଆଧାରିତ ଜିଏନଏସଏସ(ସାଟେଲାଇଟ ଆଧାରିତ ଟୋଲ୍ ପ୍ରଣାଳୀ)କୁ ସ୍ଥଗିତ କରାଯାଇଛି । ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ରାଷ୍ଟ୍ରୀୟ ସୁରକ୍ଷା ଓ ନାଗରିକଙ୍କ ଗୋପନୀୟତାକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି ।
ଏହି ଯୋଜନା ଲାଗୁ ହୋଇଥିଲେ, ପ୍ରତ୍ୟେକ ଗାଡିରେ ଅନ ବୋର୍ଡ ୟୁନିଟ୍(ଓବିୟୁ) ଟ୍ରାକିଂ ଡିଭାଇସ ଲଗାଇବା ବାଧ୍ୟତାମୂଳକ ଥିଲା । ଏଥିରେ ଗାଡିର ରୁଟ୍, ଷ୍ଟପେଜ, ସ୍ପିଡ ଓ ଗନ୍ତବ୍ୟ ସ୍ଥଳ ପରି ସୂଚନା ଲଗାତାର ରେକର୍ଡ ହୋଇ ଚାଲିଥାନ୍ତ।। । ଅଧିକାରୀଙ୍କ ଅନୁସାରେ ଏହି ଡାଟାର ଦୁରୁପଯୋଗ ସାଧାରଣ ଜନତାଙ୍କ ବ୍ୟକ୍ତିଗ ଜୀବନରେ ଦଖଲ ଦେବା ଏବଂ ଭିଆଇପି ମୁଭମେଣ୍ଟର ସୂଚନା ଲିକ୍ ହେବାର ବିପଦ ଥିଲା । ଏମିତି ହୋଇଥିଲେ ସୁରକ୍ଷା ଦୃଷ୍ଟିକୋଣରୁ ଏହା ବହୁତ ବଡ ଗମ୍ଭୀର ସମସ୍ୟା ହୋଇଥାନ୍ତା ।
ହୋଇ ସାରିଥିଲା ଟ୍ରାଏଲ
ସରକାର ବେଙ୍ଗାଲୁରୁ-ମହୀଶୂର ଏକ୍ସପ୍ରେସେଓ ଓ ହରିୟାଣାର କିଛି ଜାଗ।।ରେ ଏହାର ଟ୍ରାଏଲ କରିଥିଲେ । ଯୋଜନା ଅନୁସାରେ ରାଜମାର୍ଗରେ ଗାଡି ଯେତେ ଦୂର ଯାତ୍ରା କରିବ, ସାଟେଲାଇଟ୍ ଜରିଆରେ ସେତିକି ପରିମାଣର ଟଙ୍କା ବ୍ୟାଙ୍କ ଖାତାରୁ କଟିଥିଲା ।
Also read: ସାବଧାନ ! ମାର୍କେଟରେ ମିଳୁଛି ନକଲି ଏବଂ ନିମ୍ନମାନର ଔଷଧ