ନୂଆଦିଲ୍ଲୀ, ଜୁଲାଇ 13(ଖବର ଓଡ଼ିଶା):
ଭାରତରେ କାୟା ବିସ୍ତାର କରିଚାଲିଛି କରୋନା। ବଢ଼ି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଦିନକରେ ୨୮ ହଜାର ୫୦୦ରୁ ଅଧିକ ଆକ୍ରାନ୍ତ ସହ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୮ ଲକ୍ଷ ୭୮ ହଜାର ଟପିଥିବା ବେଳେ ମୃତ୍ୟୁ ସଂଖ୍ୟା ୨୩ ହଜାର ୧୭୪ ଛୁଇଁଲାଣି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ବିଶ୍ଵର ୨୧୩ ଦେଶକୁ ବ୍ୟାପିଥିବା ମହାମାରୀ ଯୋଗୁଁ ଆମ ଦେଶରେ ମଧ୍ୟ ସ୍ଥିତି ଗମ୍ଭୀର ହେଉଛି ।ଗତ ୨୪ ଘଣ୍ଟାରେ ୨୮ ହଜାର ୭୦୧ ନୂଆ ମାମଲା ସାମନାକୁ ଆସିଛି। ଏହା ସହ ୫୦୦ ଜଣ ପ୍ରାଣ ହରାଇଥିବା ଜଣାପଡ଼ିଛି। ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ୮ ଲକ୍ଷ ୭୮ ହଜାର ୨୫୪ ରେ ପହଂଚିଛି । ଭାରତରେ ୨୩ ହଜାର ୧୭୪ କୁ ବୃଦ୍ଧି ହୋଇଛି ମୃତ୍ୟୁ ସଂଖ୍ୟା । ମୋଟ୍ ସଂକ୍ରମିତ ମଧ୍ୟରୁ ୫ ଲକ୍ଷ ୫୩ ହଜାର ୪୭୧ ଜଣ ସୁସ୍ଥ ହୋଇଛନ୍ତି। ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୩ ଲକ୍ଷ ୦୧ ହଜାର ୬୦୧ ସକ୍ରିୟ ଅଛନ୍ତି।ଏବେ ୩ ଲକ୍ଷ ୦୧ ହଜାର ୬୦୧ ଜଣ ଆକ୍ରାନ୍ତ ଦେଶର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।