ଦିଲ୍ଲୀ: କର୍କଟ ଚିକିତ୍ସାଳୟରେ ଡାକ୍ତରଙ୍କ ସମେତ ୧୦ ଜଣ କରୋନା ସଂକ୍ରମିତ ଚିହ୍ନଟ
Khabar Odisha:Nation-Delhi-medical-staff-including-doctor-at-cancer-institute-infected-with-coronavirus

ନୂଆଦିଲ୍ଲୀ, ଏପ୍ରିଲ ୦୭ (ଖବର ଓଡ଼ିଶା): ଦିଲ୍ଲୀ ରାଜ୍ୟ କର୍କଟ ଚିକିତ୍ସାଳୟରେ ସୋମବାର ଜଣେ ଡାକ୍ତରଙ୍କ ସମେତ ୧୦ ଜଣ ସ୍ୱାସ୍ଥ୍ୟ କର୍ମୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୯ ଜଣ ପାରାମେଡିକାଲ କର୍ମୀ ସାମଲି ଅଛନ୍ତି । ଏଥି ସହ ହସ୍ପିଟାଲରେ ସଂକ୍ରମଣ ସଂଖ୍ୟା ୧୮ରେ ପହଞ୍ଚିଛି । ଜଣେ ଅଧିକାରୀ ଜାତୀୟ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି, ହସ୍ପିଟାଲର ୨୪ ଜଣ ସ୍ୱାସ୍ଥ୍ୟ କର୍ମୀଙ୍କୁ ହୋମ ଆଇସୋଲେଶନରେ ରଖାଯାଇଛି । 

ଅଧିକାରୀ ଜଣକ କହିଛନ୍ତି, ସୋମବାର ଦିଲ୍ଲୀ ରାଜ୍ୟ କର୍କଟ ଚିକିତ୍ସାଳୟରେ ଜଣେ ଡାକ୍ତର ଓ ଜଣେ ପାରାମେଡିକାଲ କର୍ମୀ କୋଭିଡ-୧୯ରେ ସଂକ୍ରମିତ ହୋଇଥିବା ସ୍ପଷ୍ଟ ହୋଇଛି । ଏହି ହସ୍ପିଟାଲରେ ସଂକ୍ରମଣ ସଂଖ୍ୟା ବଢ଼ି ୧୮ରେ ପହଞ୍ଚିଛି । ନିକଟରେ ହସ୍ପିଟାଲରେ ଆଉ ଜଣେ ଡାକ୍ତର ଓ ୭ ଜଣ ସହଯୋଗୀ କର୍ମୀ କୋଭିଡ-୧୯ରେ ପିଡିତ ଥିବା ଜଣାପଡ଼ିଥିଲା । 

ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କୋଭିଡ-୧୯ ନେଇ କହିଥିଲେ, ଦିଲ୍ଲୀ ସରକାର ଯାଞ୍ଚ କ୍ଷମତା ବଢ଼ାଇବେ । ଏହା ଦ୍ୱାରା ସଂକ୍ରମିତଙ୍କ ସଂଖ୍ୟା ଖୁବ ଶୀଘ୍ର ଜଣାପଡ଼ିବ ।

 

  • Tags:

Subscribe

National International State Sports Entertainment