ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ ପୁଣି ଅସୁସ୍ଥ, ‘ରିମ୍ସ’ରେ ଭର୍ତ୍ତି
Khabar Odisha:Nation-RJD-chief-Lalu-Prasad-Yadav-admitted-to-Ranchi-RIMS-due-to-chest-infection

ରାଂଚି, ଜାନୁଆରୀ ୨୨ (ଖବର ଓଡ଼ିଶା): ରାଷ୍ଟ୍ରୀୟ ଜନତା ଦଳ ମୁଖ୍ୟ ତଥା ଗୋଖାଦ୍ୟ ଦୁର୍ନୀତିରେ ଜେଲରେ ଦିନ କାଟୁଥିବା ଲାଲୁ ପ୍ରସାଦ ଯାଦବଙ୍କ ସ୍ୱାସ୍ଥ୍ୟ ପୁଣି ଥରେ ଅସୁସ୍ଥ ଦେଖାଯାଇଛି । ଚିକିତ୍ସା ପାଇଁ ତାଙ୍କୁ ରାଂଚିସ୍ଥିତ ରିମ୍ସରେ ଭର୍ତ୍ତି କରାଯାଇଛି । ନିମୋନିଆ ଯୋଗୁଁ ସେ ଅଧିକ ଗୁରୁତର ଥିବା ଜଣାଯାଇଛି । 

ରିମ୍ସର ନିର୍ଦ୍ଦେଶକ କାମେଶ୍ୱର ପ୍ରସାଦ କହିଛନ୍ତି ଯେ, ଲାଲୁ ପ୍ରସାଦ ଯାଦବଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି । ବୃକକ ଇନଫେକଶନ ଯୋଗୁଁ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି । ଏବେ ସେ ଚା’ ପିଇବା ସହିତ କଥାବାର୍ତ୍ତା କରୁଛନ୍ତି । ସେ କହିଛନ୍ତି ଯେ, ସ୍ୱାସ୍ଥ୍ୟ ମନ୍ତ୍ରୀ ମଧ୍ୟ ତାଙ୍କୁ ଭେଟିଛନ୍ତି । କାମେଶ୍ୱର କହିଛନ୍ତି ଯେ, ଆମେ ଦିଲ୍ଲୀ ଏମ୍ସର ନିର୍ଦ୍ଦେଶକଙ୍କୁ ମଧ୍ୟ ଯୋଗାଯୋଗ କରୁଛୁ । 

ସୂଚନାଯୋଗ୍ୟ, ରିମ୍ସ ଅଧୀକ୍ଷକ ଓ ଲାଲୁଙ୍କ ଚିକିତ୍ସା କରୁଥିବା ରିମ୍ସ ପହଂଚିଛନ୍ତି । ଏହା ପୂର୍ବରୁ ଝାଡ଼ଖଣ୍ଡର ସ୍ୱାସ୍ଥ୍ୟ ମନ୍ତ୍ରୀ ବନ୍ନା ଗୁପ୍ତା ମଧ୍ୟ ରିମ୍ସ ପହଂଚି ଲାଲୁଙ୍କ ସ୍ୱାସ୍ଥ୍ୟ ସଂପର୍କରେ ଅବଗତ ହୋଇଥିଲେ । ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ୨୦୧୭ ଡିସେମ୍ବର ୨୩ ତାରିଖ ଠାରୁ ଜେଲରେ ଅଛନ୍ତି । ଅସୁସ୍ଥତା କାରଣରୁ ସେ ବିଗତ ଅଢ଼େଇ ବର୍ଷ ହେବ ରିମ୍ସରେ ଚିକିତ୍ସିତ ହେଉଛନ୍ତି ।  

 

  • Tags:

Subscribe

National International State Sports Entertainment