ପାକିସ୍ତାନ ଗସ୍ତ କରିବାକୁ ଚାହୁଁଛନ୍ତି ଆରଜେଡି ନେତା, ମିଳୁନାହିଁ ଅନୁମତି
Khabar Odisha:Nation-RJD-MP-Manoj-Jha-wants-to-go-on-Pakistan-tour-central-government-did-not-approve

ପାଟଣା, ଅକ୍ଟୋବର ୦୪ (ଖବର ଓଡ଼ିଶା): ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି)ରୁ ରାଜ୍ୟସଭା ସାଂସଦ ମନୋଜ ଝାଙ୍କ ପାକିସ୍ତାନ ଯାତ୍ରାକୁ କେନ୍ଦ୍ର ସରକାର ରାଜନୈତିକ ମଂଜୁରୀ ଦେବାକୁ ମନା କରିଦେଇଛନ୍ତି । ମନୋଜ ଝା ଚଳିତ ମାସ ଅଟାରୀ-ୱାଘା ସୀମା ରାସ୍ତାରେ ଲାହୋର ଯିବାକୁ ଚାହୁଁଥିଲେ । ସେ ସେଠାରେ ମାନବାଧିକାର କର୍ମୀ ଆସମା ଜାହାଙ୍ଗୀରଙ୍କ ସ୍ମୁତିରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାକୁ ଚାହୁଁଥିଲେ । ମାତ୍ର କେନ୍ଦ୍ର ସରକାର ଏହାକୁ ଅନୁମୋଦନ ଦେଇ ନାହାନ୍ତି । ତାଙ୍କର ପ୍ରସ୍ତାବିତ ପାକିସ୍ତାନ ଯାତ୍ରା ରଦ୍ଦ ହୋଇଯାଇଛି । ଆରଜେଡି ସାଂସଦ ଗଣମାଧ୍ୟମକୁ ଏହି ସୂଚନା ପ୍ରଦାନ କରିଛନ୍ତି । 

ସାଂସଦ ମନୋଜ ଝା କହିଛନ୍ତି ଯେ, ତାଙ୍କର ପ୍ରସ୍ତାବିତ ପାକିସ୍ତାନ ଯାତ୍ରାକୁ କେନ୍ଦ୍ର ସରକାର ‘ରାଜନୈତିକ ସ୍ୱୀକୃତି’ ଦେବାକୁ ମନା କରିଦେଇଛନ୍ତି । ଆସନ୍ତା ୨୩ ତାରିଖରେ ସେ ଲାହୋରରେ ଆସମା ଜାହାଙ୍ଗୀରଙ୍କ ସ୍ମୁତିରେ ଆୟୋଜିତ କାର୍ଯ୍ୟକ୍ରମରେ ସାଂସଦ ଲାହୋର ଯିବା ପାଇଁ ଆବେଦନ କରିଥିଲେ । ମାତ୍ର କେନ୍ଦ୍ର ସରକାର ସାଂସଦଙ୍କ ଆବେଦନକୁ ସ୍ୱୀକୃତି ଦେଇନାହାନ୍ତି ।  

 

  • Tags:

Subscribe

National International State Sports Entertainment