ପାକିସ୍ତାନ ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କଲା, ପୁଂଛରେ ଗୁଳିମାଡ଼ ପରେ ଭାରତୀୟ ସେନା ଦେଲା ଜବାବ
Khabar Odisha:Nation-Pakistan-violated-ceasefire-along-LoC-in-Krishna-ghati-sector-of-Poonch-district

ଜମ୍ମୁ, ଅଗଷ୍ଟ ୧୦ (ଖବର ଓଡ଼ିଶା): ପାକିସ୍ତାନୀ ସେନା ରବିବାର ଜମ୍ମୁ କଶ୍ମୀରର ପୁଂଛ ଜିଲ୍ଲାରେ ନିୟନ୍ତ୍ରଣ ରେଖାସ୍ଥିତ ଅଗ୍ରିମ ଅଂଚଳରେ ମୋର୍ଟାର ଗୁଳି ବର୍ଷା କରିଛି। ଏହା ପରେ ଭାରତୀୟ ସେନାର ଯବାନମାନେ କଡ଼ା ଜବାବ ଦେଇଛନ୍ତି।

ପ୍ରତିରକ୍ଷା ବିଭାଗରେ କାର୍ଯ୍ୟରତ ଜଣେ ମୁଖପାତ୍ର ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଯେ, ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନରେ କାହାରି କିଛି କ୍ଷତି ହୋଇନାହିଁ। ଜଣେ ଅଧିକାରୀ କହିଛନ୍ତି, ପାକିସ୍ତାନୀ ସେନା ମନକୋଟ ସେକ୍ଟରରେ ମୋର୍ଟାରରୁ ଗୁଳି ବର୍ଷା କରିଥିଲା। ଏଥି ସହିତ ୬ଟି ଅସ୍ତ୍ର ଦ୍ୱାରା ଗୁଳି ବର୍ଷା କରିଥିଲା।
ମୁଖପାତ୍ର କହିଛନ୍ତି, ସନ୍ଧ୍ୟା ପ୍ରାୟ ୬ଟାରେ ପାକିସ୍ତାନ ଶାହପୁର, କିରନୀ ଏବଂ କୃଷ୍ଣା ଘାଟି ସେକ୍ଟରରେ ଗୁଳିବର୍ଷା କରିଛି ଏବଂ ମୋର୍ଟାର ଦ୍ୱାରା ଗୁଳି ବର୍ଷା କରିଛି। ଭାରତୀୟ ସେନା ଏହାର କଡ଼ା ଜବାବ ଦେଇଛି।
ଜଣେ ପୋଲିସ ଅଧିକାରୀ ଗଣମାଧ୍ୟମକୁ କହିଛନ୍ତି, ଅନ୍ତିମ ସୂଚନା ମିଳିବା ପର୍ଯ୍ୟନ୍ତ ଉଭୟ ଭାରତୀୟ ଓ ପାକିସ୍ତାନୀ ସେନା ତରଫରୁ ଗୁଳିବିନିମୟ ହୋଇଥିଲା। ପ୍ରଭାବିତ ଅଂଚଳରେ ଲୋକଙ୍କୁ ଭୂମିଗତ ବଙ୍କରରେ ରହିବାକୁ ପରାମର୍ଶ ଦିଆଯାଇଛି।

  • Tags:

Subscribe

National International State Sports Entertainment