ଗୋଟିଏ ମାସରେ ଚାଲିଲା ୪୧୫୫ ଶ୍ରମିକ ସ୍ୱତନ୍ତ୍ର ଟ୍ରେନ, ଘରେ ପହଞ୍ଚିଲେ ୫୭ ଲକ୍ଷ ପ୍ରବାସୀ
Khabar Odisha:Nation-Ministry-of-railways-operated-4155-shramik-special-trains-to-ferry-57-lacs-laborers

ନୂଆଦିଲ୍ଲୀ, ଜୁନ ୦୩ (ଖବର ଓଡ଼ିଶା): କରୋନା ଭାଇରସ ଓ ଲକଡାଉନ ଯୋଗୁଁ ଗରିବ ଲୋକେ ସର୍ବାଧିକ ପ୍ରଭାବିତ ହୋଇଛନ୍ତି । ଲକଡାଉନ ଯୋଗୁଁ ଖାଇବା ଓ ରହିବା ସମସ୍ୟାକୁ ନେଇ ପ୍ରବାସୀ ଶ୍ରମିକମାନେ ଘରବାହୁଡା କରିଛନ୍ତି । ଏହାକୁ ଦୃଷ୍ଟିରେ ରଖି ରେଳବାଇ ପକ୍ଷରୁ ଶ୍ରମିକ ସ୍ୱତନ୍ତ୍ର ଟ୍ରେନ ସେବା ଆରମ୍ଭ କରିଥିଲା । ଏକ ମାସ ମଧ୍ୟରେ ରେଳବାଇ ପକ୍ଷରୁ ୪୧୫୫ଟି ଟ୍ରେନ ପରିଚାଳନା କରିଛି । ଏଥିରେ ୫୭ ଲକ୍ଷ ଲୋକ ପ୍ରବାସୀ ନିଜ ଘରେ ପହଞ୍ଚିଛନ୍ତି । 

ରେଳବାଇ ପକ୍ଷରୁ କୁହାଯାଇଛି ଯେ, ମେ’ ମାସ ୧ ତାରିଖ ଠାରୁ ୪୧୫୫ଟି ଶ୍ରମିକ ସ୍ୱତନ୍ତ୍ର ଟ୍ରେନ ପରିଚାଳନା କରାଯାଇଛି । ଏହି ଟ୍ରେନଗୁଡ଼ିକ ବିଭିନ୍ନ ରାଜ୍ୟର ପ୍ରବାସୀ ଶ୍ରମିକଙ୍କୁ ସେବା ଯୋଗାଇଛି । ଗୁଜୁରାଟରୁ ସର୍ବାଧିକ ୧୦୨୭, ମହାରାଷ୍ଟ୍ରରୁ ୮୦୨, ପଂଜାବରୁ ୪୧୬, ଉତ୍ତର ପ୍ରଦେଶରୁ ୨୮୮ ଓ ବିହାରରୁ ୨୯୪ଟି ଟ୍ରେନ ଚାଲିଛି । 

ଅପରପକ୍ଷେ ଉତ୍ତର ପ୍ରଦେଶକୁ ୧୬୭୦ଟି ଟ୍ରେନ, ବିହାରକୁ ୧୪୮୨ ଟ୍ରେନ, ଝାଡ଼ଖଣ୍ଡକୁ ୧୯୪ଟି ଟ୍ରେନ, ଓଡ଼ିଶାକୁ ୧୮୦ଟି ଟ୍ରେନ ଓ ପଶ୍ଚିମବଙ୍ଗକୁ ୧୩୫ଟି ଟ୍ରେନ ପହଞ୍ଚିଛି । ରେଳ ମନ୍ତ୍ରାଳୟ କହିଛି ଯେ, ଏବେ ପରିଚାଳିତ ହେଉଥିବା ଟ୍ରେନ ଗୁଡ଼ିକ କୌଣସି ଟ୍ରାଫିକ ଅସୁବିଧାର ସମ୍ମୁଖୀନ ହେଉ ନାହିଁ । ଏହା ବ୍ୟତୀତ ଜୁନ ୧ରୁ ୨୦୦ଟି ଟ୍ରେନ ସେବା ଆରମ୍ଭ ହୋଇଛି ।  

 

  • Tags:

Subscribe

National International State Sports Entertainment