ମହିଳା ଦିବସ ଆଜି: ରାଜସ୍ଥାନରେ ମହିଳାଙ୍କ ବସ ଟିକେଟ ମାଗଣା, ବରେଲୀରୁ ମହିଳା ଉଡ଼ାଇବେ ବିମାନ
Khabar Odisha:Nation-International-womens-day-8-March-up-bareilly-airport-railway-gehlot-government-CM-Shivraj-celebrate

ନୂଆଦିଲ୍ଲୀ, ମାର୍ଚ୍ଚ ୦୮ (ଖବର ଓଡ଼ିଶା): ସମଗ୍ର ବିଶ୍ୱରେ ଆଜି ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଉଛି । ମହିଳାଙ୍କର ସମ୍ମାନରେ ପାଳନ ହେଉଥିବା ଏହି ପର୍ବ ପାଇଁ ବିଶ୍ୱବ୍ୟାପୀ ବଡ଼ ଅଭିଯାନ ଚାଲିଛି । ଏଥି ପାଇଁ ଭାରତର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମର ଆୟୋଜନ ହେଉଛି । ରାଜସ୍ଥାନରେ ଆଜି ମହିଳାମାନଙ୍କୁ ବସ ଭଡ଼ା ଦେବାକୁ ପଡ଼ିବ ନାହିଁ । ଅର୍ଥାତ ମହିଳାମାନେ ମାଗଣାରେ ବସରେ ଯାତ୍ରା କରିବେ । 

ଉତ୍ତର ପ୍ରଦେଶରେ ଆଜି ରାଜ୍ୟର ୮ମ ବିମାନବନ୍ଦର କାର୍ଯ୍ୟକ୍ଷମ ହେବ । ମହିଳା ଦିବସ ଅବସରରେ ବିମାନକୁ ଜଣେ ମହିଳା ପାଇଲଟ ହିଁ ଚଳାଇବେ । ଏଥି ସହିତ ବିମାନର ଅନ୍ୟ କର୍ମଚାରୀମାନେ ମଧ୍ୟ କେବଳ ମହିଳା ରହିବେ । ଏକ ସ୍ୱତନ୍ତ୍ର ଶୈଳୀରେ ଏହି ପର୍ବକୁ ପାଳନ କରିବା ପାଇଁ ଯୋଗୀ ସରକାର ନିଷ୍ପତ୍ତି ନେଇଛନ୍ତି । ଯୋଗୀ ସରକାର କୋଭିଡ ଟିକାକରଣ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ମଧ୍ୟ କରିଛନ୍ତି । ୪୫ରୁ ୬୦ ବର୍ଷୀୟ ମହିଳାଙ୍କୁ ଟିକା ଦିଆଯିବ । 

ରେଳମନ୍ତ୍ରାଳୟ ମହିଳା ଦିବସ ଅବସରରେ ନିଜର ବଡ଼ ବଡ଼ ଷ୍ଟେସନକୁ ପିଙ୍କ ରଂଗରେ ସଜେଇଛି । ମନ୍ତ୍ରାଳୟ ଟୁଇଟ କରିଛି ଯେ, ଦୀନଦୟାଲ ଉପାଧ୍ୟାୟ ମଣ୍ଡଳ ରେଳ ପ୍ରବନ୍ଧକଙ୍କ କାର୍ଯ୍ୟାଳୟ, ଅହମଦାବାଦ ରେଳ ଷ୍ଟେସନ, ଭଦୋଦରା ରେଳଷ୍ଟେସନ, ହୁବଲୀ ଷ୍ଟେସନ ଆଦିକୁ ମହିଳା ଦିବସର ପୂର୍ବ ସଂନ୍ଧ୍ୟାରେ ସଜେଇଛି । ମଧ୍ୟପ୍ରଦେଶରେ ମଧ୍ୟ ମହିଳା ଦିବସକୁ ସ୍ୱତନ୍ତ୍ର ଢଙ୍ଗରେ ପାଳନ କରାଯାଉଛି । 

 

  • Tags:

Subscribe

National International State Sports Entertainment