ଚୀନରେ ଫସିଥିବା ଭାରତୀୟଙ୍କ ପାଇଁ ଖୁସିଖବର, କାଲି ବାୟୁସେନାର ବିମାନ ଯିବ ଉହାନ
Khabar Odisha:Nation-Indian-Air-Force-aircraft-c-17-globemaster-will-go-to-Wuhan-of-China-on-February-20

ନୂଆଦିଲ୍ଲୀ, ଫେବୃଆରୀ ୧୯ (ଖବର ଓଡ଼ିଶା): ଚୀନରେ କରୋନା ଭାଇରସର ପ୍ରଭାବ ଜାରି ରହିଛି । ମୃତ୍ୟୁ ସଂଖ୍ୟା ୨୦୦୦ ଅତିକ୍ରମ କରିସାରିଥିବା ବେଳେ ୭୪ ହଜାରରୁ ଅଧିକ ଲୋକ ସଂକ୍ରମଣର ଶିକାର ହୋଇଛନ୍ତି । ମାତ୍ର ଭାଇରସ ଯୋଗୁଁ ଚୀନରେ ଫସିଥିବା ଭାରତୀୟଙ୍କୁ ଆଣିବା ପାଇଁ ଭାରତୀୟ ବାୟୁସେନା ତତ୍ପରତା ଦେଖାଇଛି । ବାୟୁସେନାର ଏକ ସ୍ୱତନ୍ତ୍ର ବିମାନ ଗୁରୁବାର ଚୀନର ଉହାନ ଅଭିମୁଖେ ଯିବ । 

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ବାୟୁସେନାର ବିମାନ ସି-୧୭ ଗ୍ଲୋବମାଷ୍ଟର ଫେବୃଆରୀ ୨୦ରେ ଉହାନ ~òa । ବିମାନରେ କରୋନା ଭାଇରସ ପୀଡ଼ିତଙ୍କୁ ଔଷଧ ଓ ଅନ୍ୟ ସୁବିଧା ଦିଆଯିବ । 

ସୂଚନାଯୋଗ୍ୟ ଚୀନ ତରଫରୁ କରୋନା ଭାଇରସକୁ ନେଇ ମଙ୍ଗଳବାର ବଡ଼ ବୟାନ ଜାରି କରାଯାଇଛି । ଚୀନର ରାଷ୍ଟ୍ରଦୂତ କହିଛନ୍ତି କି ଭାଇରସ ମାନବ ଦ୍ୱାରା ପ୍ରସ୍ତୁତ ନୁହେଁ । ବରଂ ଏହା ପ୍ରାକୃତିକ । ଚୀନର ଏହି ବୟାନରେ ସମଗ୍ର ବିଶ୍ୱ ଆଶ୍ଚର୍ଯ୍ୟ ହୋଇଯାଇଛି । କାରଣ ଚୀନକୁ ପଚରାଯାଇଥିଲା ଯେ, କ’ଣ ଭାଇରସ ଲ୍ୟାବରୁ ନୁହେଁ, ବରଂ ବନ୍ୟଜନ୍ତୁଙ୍କ ଠାରୁ ସୃଷ୍ଟି ହୋଇଥିଲା? ଏହାରି ଉପରେ ଚୀନ ଜବାବ ଦେଇଛି ଯେ, ବର୍ତ୍ତମାନ ପାଇଁ ଆମ ପାଖରେ ଏହି ମହାମାରୀ ସଂପର୍କିତ ଅଧିକ ତଥ୍ୟ ନାହିଁ । ମାତ୍ର ଏବେ ଏତିକି କୁହାଯାଇ ପାରିବ ଯେ, ଭାଇରସ ପ୍ରାକୃତିକ କାରଣରୁ ବ୍ୟାପିଛି । 

 

  • Tags:

Subscribe

National International State Sports Entertainment