ଏଲଏସିରେ ବିବାଦ ମଧ୍ୟରେ ଭାରତ ସହ ହାତ ମିଶାଇଲା ଅଷ୍ଟ୍ରେଲିଆ, ଚୀନର ବଢ଼ିଲା ଚିନ୍ତା
Khabar Odisha:Nation-India-and-Australia-two-days-joint-naval-exercise-to-start-today-in-sea-China-tension-rise

ନୂଆଦିଲ୍ଲୀ, ସେପ୍ଟେମ୍ବର ୨୩ (ଖବର ଓଡ଼ିଶା): ବାସ୍ତବିକ ରେଖାକୁ ନେଇ ଭାରତ ଓ ଚୀନ ମଧ୍ୟରେ ବିବାଦ ଚାଲିଥିବା ବେଳେ ଅଷ୍ଟ୍ରେଲିଆର ପଦକ୍ଷେପ ଡ୍ରାଗନ ପାଇଁ ଚିନ୍ତା ବଢ଼ାଇଛି । ଅଷ୍ଟ୍ରେଲିଆ ଓ ଭାରତୀୟ ନୌସେନା ଆଜିଠାରୁ ୨ ଦିନିଆ ମିଳିତ ଯୁଦ୍ଧାଭ୍ୟାସ କରୁଛନ୍ତି । ଭାରତ ଓ ଅଷ୍ଟ୍ରେଲିଆର ନୌସେନା ପୂର୍ବ ଭାରତ ମହାସାଗରରେ ନିଜର ଶକ୍ତି ପ୍ରଦର୍ଶନ କରିବେ । ଉଭୟ ସେନା ଜଟିଳ ନୌସୈନିକ ବିଦ୍ୟା, ବିମାନ ବିରୋଧୀ ଡ୍ରିଲ ଓ ହେଲିକପ୍ଟର ଅଭିଯାନ ସହିତ ପୂରା ରେଂଜରେ ଅବତରଣ କରିବେ । 

ଜୁନ ପରଠାରୁ ଏପର୍ଯ୍ୟନ୍ତ ଭାରତୀୟ ନୌସେନାର ଚତୁର୍ଥ ଗୁରୁତ୍ୱପୂର୍ଣ୍ଣ ସୈନ୍ୟ ବୁଝାମଣା ହୋଇଛି । ଏହା ପୂର୍ବରୁ ଆମେରିକା, ଜାପାନ ଓ ରୁଷିଆ ସହିତ ନୌସେନା ଯୁଦ୍ଧାଭ୍ୟାସ କରିଥିଲା । ବୁଧବାର ଓ ଗୁରୁବାର ହେବାକୁ ଥିବା ନୌସୈନିକ ଅଭ୍ୟାସକୁ ନେଇ ଚୀନର ଚିନ୍ତା ବଢ଼ିଛି । କାରଣ ଚୀନ ସୀମା ବିବାଦକୁ ଭାରତ ସହିତ ବିବାଦ କରୁଛି । ଭାରତ ମହାସାଗରରେ ଚୀନ ନୌସେନାର ଗତିବିଧି ବଢ଼ିଥିବା ବେଳେ ଅଷ୍ଟ୍ରେଲିଆ ସହିତ ଭାରତ ଯୁଦ୍ଧାଭ୍ୟାସ କରୁଛି । ଭାରତ ତରଫରୁ ଆଇଏନଏସ ସହୟାଦ୍ରି ଓ ଆଇଏନଏସ କାର୍ମୁକ ଅଭ୍ୟାସରେ ଅଂଶଗ୍ରହଣ କରିବେ । ସେହିପରି ଅଷ୍ଟ୍ରେଲିଆ ନୌସେନା ତରଫରୁ ଏଚଏମଏଏସ ହୋର୍ବାଟ ଦେଖାଯିବ । 

 

  • Tags:

Subscribe

National International State Sports Entertainment