ସବୁ କରୋନା ରୋଗୀଙ୍କୁ ହସ୍‌ପିଟାଲ ଯିବାର ଅନାବଶ୍ୟକ, ଘରେ ଥାଇ କରିପାରିବେ ଚିକିତ୍ସା
Khabar Odisha:Nation-How-to-treat-corona-at-home-why-not-every-patient-needs-to-go-to-the-hospital

ନୂଆଦିଲ୍ଲୀ, ଏପ୍ରିଲ ୨୩ (ଖବର ଓଡ଼ିଶା): କରୋନା ସଂକଟ କାଳରେ ଚାରିଆଡେ ହାହାକାର ଦେଖାଯାଇଛି । ହସ୍ପିଟାଲରେ ରୋଗୀଙ୍କ ଲମ୍ବା ଲାଇନ ଲାଗିଛି । ଅନେକ ସମୟରେ ରୋଗୀମାନେ ନିଜର ପଜିଟଭ ରିପୋର୍ଟ ଦେଖି ଚିନ୍ତାରେ ପଡ଼ିଯାଉଛନ୍ତି । ଶ୍ୱାସଜନିତ ସମସ୍ୟା ଏବଂ ଅମ୍ଲଜାନର ସ୍ତର ହ୍ରାସ ପାଉଥିବାରୁ ଯେକେହି ବି ହସ୍ପିଟାଲରେ ଭର୍ତ୍ତି ହେବାକୁ ଚାହୁଛନ୍ତି । କିନ୍ତୁ ବିଶେଷଜ୍ଞ ଡାକ୍ତରଙ୍କ ପରାମର୍ଶ ଯେ, ପ୍ରତ୍ୟେକ କରୋନା ସଂକ୍ରମିତ ବ୍ୟକ୍ତି ହସ୍ପିଟାଲରେ ଭର୍ତ୍ତି ହେବାର ଆବଶ୍ୟକ ନାହିଁ । 

ଗୁରୁତର ହୋଇ ନଥିବା ଆକ୍ରାନ୍ତ ଘରେ ଥାଇ ଚିକିତ୍ସା କରାଇପାରିବେ । ବିଶେଷଜ୍ଞ ଡାକ୍ତରଙ୍କ କହିବା ଅନୁସାରେ କୋଭିଡର ଅର୍ଥ ନାହିଁ ଯେ, ଆପଣ ହସ୍ପିଟାଲରେ ଭର୍ତ୍ତି ହୋଇଯିବେ । ଏଥି ପାଇଁ ଭେଣ୍ଟିଲେଟରର ମଧ୍ୟ ଆବଶ୍ୟକ ନାହିଁ । ଏହି ରୋଗ ୧୫ ଦିନ ପର୍ଯ୍ୟନ୍ତ ଶରୀରରେ ରହିଥାଏ । ଆରମ୍ଭରୁ ୫ ଦିନ ହାଲୁକା ଜଣାପଡ଼ିଥାଏ । ପରେ ଧୀରେ ଧୀରେ ମଧ୍ୟମ ପ୍ରକାର ଏବଂ ଶେଷ ପର୍ଯ୍ୟାୟରେ ଗୁରୁତର ସ୍ଥିତିକୁ ପହଂଚିଥାଏ । 

ଡାକ୍ତରଙ୍କ କହିବା ଅନୁସାରେ ଆପଣ ୧୫ ଦିନ ପର୍ଯ୍ୟନ୍ତ ନିଜକୁ ମନିଟର କରିବା ଲାଗି କୋଭିଡ କ୍ୟାଲେଣ୍ଡର ପ୍ରସ୍ତୁତ କରନ୍ତୁ । ଏଥିରେ ଆପଣ ଜ୍ୱର, ରକ୍ତଚାପ, ସୁଗାର ଲେଭେଲ, ଏସ୍‌ପିଓ୨ ଅର୍ଥାତ ଶରୀରରେ ଅମ୍ଲଜାନ ମାତ୍ରା ନୋଟ କରନ୍ତୁ । ଅତିକମରେ ଦିନକୁ ୩ ଥର ଅମ୍ଲଜାନ ମାତ୍ରା ପରୀକ୍ଷା କରନ୍ତୁ । ଯଦି ଆପଣଙ୍କର ଅମ୍ଲଜାନ ମାତ୍ରା ୯୪ରୁ କମ ତା’ହେଲେ ଘରେ ଥାଇ ଦୀର୍ଘ ଶ୍ୱାସ ନେବା ପ୍ରକ୍ରିୟା ଆରମ୍ଭ କରନ୍ତୁ । ମେଡିକାଲ ବିଶେଷଜ୍ଞମାନେ ଏହାକୁ ଲାଭଦାୟକ ବୋଲି କହିଥାନ୍ତି । ସର୍ବପ୍ରଥମେ ୩ଟି ତକିଆ ନିଆନ୍ତୁ । ଗୋଟିଏ ବେକ, ଅନ୍ୟଟି ପେଟ ତଳକୁ ଏବଂ ଉଭୟ ଗୋଟ ତଳକୁ ତକିଆ ରଖନ୍ତୁ । ଏହା ପରେ ଗଭୀର ଶ୍ୱାସ ନିଅନ୍ତୁ । ଦିନରେ ଅତିକମରେ ୩୦ ମିନିଟ ଲାଗି ପ୍ରୋନଲ ବ୍ରିଥିଂ କରିବାର ଅଛି । ଉଦ୍ୟମ କରନ୍ତୁ ଏହା ପ୍ରତିଦିନ କରାଯାଇପାରିବ । ଏହା ମାଧ୍ୟମରେ ଆପଣ ଅମ୍ଲଜାନ ମାତ୍ରା ବଢ଼ାଇ ପାରିବେ । 

 

  • Tags:

Subscribe

National International State Sports Entertainment