ମୁମ୍ବାଇରେ ପ୍ରବଳ ବର୍ଷା: ରେଳଲାଇନ ଓ ସଡ଼କ ଜଳାର୍ଣ୍ଣବ, ଜନଜୀବନ ଅସ୍ତବ୍ୟସ୍ତ
Khabar Odisha:Nation-Heavy-rains-in-Mumbai-waterlogging-on-roads-and-railway-station-people-face-problem

ମୁମ୍ବାଇ, ସେପ୍ଟେମ୍ବର ୨୩ (ଖବର ଓଡ଼ିଶା): ମୁମ୍ବାଇରେ ମଙ୍ଗଳବାର ବିଳମ୍ବିତ ରାତି ପ୍ରବଳ ବର୍ଷା ହୋଇଛି । ବର୍ଷା ଯୋଗୁଁ ଅନେକ ସ୍ଥାନ ଜଳାର୍ଣ୍ଣବ ହୋଇଯାଇଛି । ସଡ଼କରେ ପାଣି ଲହଡ଼ି ଭାଙ୍ଗୁଥିବା ବେଳେ ରେଳଲାଇନ ବୁଡ଼ିଯାଇଛି । ଫଳରେ ଲୋକେ ହନ୍ତସନ୍ତ ହୋଇଛନ୍ତି । ଲୋକମାନେ ଅନେକ ସମୟ ଧରି ରାସ୍ତାରେ ଫସିଯାଇଛନ୍ତି । ପୋଲିସ ସ୍ଥାନୀୟ ଲୋକଙ୍କ ସହାୟତରେ ବିପନ୍ନରେ ପଡ଼ିଥିବା ଲୋକଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ନେଇଛି । ପ୍ରବଳ ବର୍ଷା ଯୋଗୁଁ ମୁମ୍ବାଇର ସାୟନ ରେଳଷ୍ଟେସନ ଜଳାର୍ଣ୍ଣବ ହୋଇଛି । ବିଳମ୍ବିତ ରାତି ଯାଏଁ ଯାତ୍ରୀମାନେ ଟ୍ରେନଷ୍ଟେସନର ଛାତ ତଳେ ଆଶ୍ରୟ ନେଇଥିଲେ । 

ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ବୁଧବାର ମଧ୍ୟ ମୁମ୍ବାଇରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । କାରଣ ମୁମ୍ବାଇ ଆକାଶରେ ବାଦଳ ଘେରି ରହିଛି । ମଙ୍ଗଳବାର ରାତିରେ ହୋଇଥିବା ବର୍ଷା ଯୋଗୁଁ ଲୋକ ବହୁ ହଇରାଣ ହୋଇଛନ୍ତି । ସଡ଼କରେ ପାଣି ଭର୍ତ୍ତି ହୋଇଯିବା ଲାଗି ଯାତାୟତ ଅସୁବିଧା ହୋଇଥିଲା । 

ପାଣିପାଗ ବିଭାଗର ଅନୁମାନ ଯେ, ଜାତୀୟ ରାଜଧାନୀ ଦିଲ୍ଲୀରେ ବୁଧବାର ବର୍ଷା ହୋଇପାରେ । ବିଗତ ୧୩ ଦିନ ମଧ୍ୟରେ ଦିଲ୍ଲୀରେ ବର୍ଷା ହୋଇ ନାହିଁ । ଦିଲ୍ଲୀରେ ଗତ ୮ ତାରିଖରେ ଶେଷ ଥର ପାଇଁ ବର୍ଷା ହୋଇଥିଲା । ଚଳିତ ମାସରେ କେବଳ ୩ ଦିନ ବର୍ଷା ହୋଇଛି । ଫଳରେ ଦିଲ୍ଲୀରେ ଗରମ ଲାଗୁଛି । ପାଣିପାଗ ବିଭାଗ କହିଛି ଯେ, ସେପ୍ଟେମ୍ବରରେ ଦିଲ୍ଲୀରେ ୮୦ ପ୍ରତିଶତ ବର୍ଷା କମ ହୋଇଛି । 

 

  • Tags:

Subscribe

National International State Sports Entertainment