ଦିଲ୍ଲୀ: କାରଖାନାରେ ଭୟାବହ ଅଗ୍ନିକାଣ୍ଡ, ଘଟଣାସ୍ଥଳରେ ଅଗ୍ନିଶମ ବାହିନୀର ୧୬ ଗାଡ଼ି ଉପସ୍ଥିତ
Khabar Odisha:Nation-Fire-in-factory-no-loss-to-life-reported-efforts-to-douse-fire-underway

ନୂଆଦିଲ୍ଲୀ, ଫେବୃଆରୀ ୨୭ (ଖବର ଓଡ଼ିଶା): ଜାତୀୟ ରାଜଧାନୀ ଦିଲ୍ଲୀର ପ୍ରତାପ ନଗରସ୍ଥିତ ଏକ କାରଖାନାରେ ଶନିବାର ଭୋରରୁ ଭୟାବହ ଅଗ୍ନିକାଣ୍ଡ ଦେଖିବାକୁ ମିଳିଛି । ସୂଚନା ମିଳିବା ପରେ ଅଗ୍ନିଶମ ବିଭାଗର ୧୬ଟି ଗାଡ଼ି ପହଂଚି ନିଆଁ ଲିଭାଇବାକୁ ଉଦ୍ୟମ ଜାରି ରଖିଛନ୍ତି । 

କାରଖାନାରେ ନିଆଁ ଲାଗିବା ନେଇ ଅଗ୍ନିଶମ ବାହିନୀର କର୍ମଚାରୀଙ୍କୁ ଶ୍ରମିକମାନେ ସୂଚନା ଦେଇଥିଲେ । ଯେଉଁ ସମୟରେ କାରଖାନାରେ ନିଆଁ ଲାଗିଥିଲା, ସେତେବେଳେ ପ୍ରାୟ ୪୦ ଜଣ ଶ୍ରମିକ କାମ କରୁଥିଲେ । ନିଆଁ ଲାଗିବା ମାତ୍ରେ ସେମାନେ କାରଖାନା ଭିତରୁ ବାହାରକୁ ଚାଲିଆସିଥିଲେ । 

ଅଗ୍ନିଶମ ବାହିନୀର କର୍ମଚାରୀମାନେ ପ୍ରାୟ ୨ ଘଣ୍ଟା ଧରି ଉଦ୍ୟମ ଜାରି ରଖିଥିବା ବେଳେ ନିଆଁ ନିୟନ୍ତ୍ରଣକୁ ଆସିପାରି ନଥିଲା । କାରଖାନାର ବିଭିନ୍ନ ବିଭାଗ ରହିଛି । ଏହି କାରଖାନାରେ କସମେଟିକ, ପିଲାଙ୍କ ଖେଳନା, ବ୍ୟାଗ ବ୍ୟତୀତ ଅନ୍ୟ ଜିନିଷ ମଧ୍ୟ ଉତ୍ପାଦନ ହୋଇଥାଏ । 

 

  • Tags:

Subscribe

National International State Sports Entertainment