ପରିବର୍ତ୍ତିତ ରାଜନୈତିକ ଭାବନା ଯୋଗୁଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପଚରାଉଚରା କରିଛି: ଅହମଦ ପଟେଲ
Khabar Odisha:Nation-ED-questioned-congress-leader-Ahmed-Patel-for-10-hours-he-says-it-is-political-vendetta

ନୂଆଦିଲ୍ଲୀ, ଜୁଲାଇ ୦୩ (ଖବର ଓଡ଼ିଶା): ସନ୍ଦେସରା ବ୍ରଦର୍ସ ବ୍ୟାଙ୍କ ଠକେଇ ଓ ମନି ଲଣ୍ଡ୍ରିଙ୍ଗ ମାମଲାରେ କଂଗ୍ରେସ ନେତା ଅହମଦ ପଟେଲଙ୍କୁ ଗୁରୁବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଟିମ ପଚରାଉଚରା କରିଛନ୍ତି । କଂଗ୍ରେସ ନେତାଙ୍କୁ ଇଡି ପ୍ରାୟ ୧୦ ଘଣ୍ଟା ଯାଏଁ ପଚାରାଉଚରା କରିଥିବା ଜଣାଯାଇଛି । ଇଡିର ପଚାରାଉଚରା ପରେ ଅହମଦ ପଟେଲ ଗଣମାଧ୍ୟମର ପ୍ରତିନିଧିଙ୍କ ସହିତ ଆଲୋଚନା ବେଳେ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି, ଇଡି ତରଫରୁ ତାଙ୍କୁ ୧୨୮ଟି ପ୍ରଶ୍ନ କରାଯାଇଥିଲା । ଏହା ସବୁ ପରିବର୍ତ୍ତିତ ରାଜନୈତିକ କାରଣରୁ ହୋଇଛି । ମୋତେ ଜଣା ନାହିଁ ଯେ, କାହାର ଚାପରେ ଇଡି କାମ କରୁଛି । 

ଗଣମାଧ୍ୟମକୁ ଶ୍ରୀ ପଟେଲ କହିଛନ୍ତି, ମୋତେ ୧୨୮ଟି ପ୍ରଶ୍ନ କରାଯାଇଥିଲା । ସବୁ ପ୍ରଶ୍ନ ଅଭିଯୋଗକୁ ନେଇ ଥିଲା । ଯେଉଁ ପ୍ରଶ୍ନ ପଚରାଯାଇଥିଲା, ଏହା କୌଣସି ପ୍ରମା ନ ଥିଲା । ଟଙ୍କା କାରବାର ସହିତ କୌଣସି ନେଣ-ଦେଣ ନଥିଲା । ମୁଁ କେବଳ ସେମାନଙ୍କର ଆତ୍ମସନ୍ତୋଷ ପାଇଁ ସବୁ ପ୍ରଶ୍ନର ଉତ୍ତର ଦେଇଛି ବୋଲି କହିଛନ୍ତି ଶ୍ରୀ ପଟେଲ । 

ରାଜ୍ୟସଭା ସାଂସଦ ଅହମଦ ପଟେଲ କହିଛନ୍ତି, ମୋତେ ଲାଗୁଛି ଏହା କେବଳ ରାଜନୈତିକ ଉତ୍ପୀଡ଼ନ । ଏହା ରାଜନୈତିକ ପ୍ରତିଷୋଧ । ମୋତେ ଜଣାନାହିଁ ଯେ, କାହାର ଚାପରେ ଏମାନେ (ଇଡି ଟିମ) କାମ କରୁଛନ୍ତି । ସୂଚନାଯୋଗ୍ୟ, ଇଡି ଟିମ ପଟେଲଙ୍କୁ ୩ ଦିନ ହେବ ପଚରାଉଚରା କରୁଛନ୍ତି । ଏହା ପୂର୍ବରୁ ମଙ୍ଗଳବାର ୮ ଘଣ୍ଟା ଓ ଶନିବାର ମଧ୍ୟ ୮ ଘଣ୍ଟା ପଚରାଉଚରା କରାଯାଇଥିଲା । 

 

  • Tags:

Subscribe

National International State Sports Entertainment