ଦେଶରେ କରୋନା ଭାଇରସ ମୃତକଙ୍କ ସଂଖ୍ୟା ୩ ହଜାର ୭୨୦କୁ ବୃଦ୍ଧି, ୧,୨୫,୧୦୧ ଆକ୍ରାନ୍ତ
Khabar Odisha:Nation-Corona-virus-death-3720-in-India-1-25101-positive-in-India-Maharastra-highest

ନୂଆଦିଲ୍ଲୀ, ମେ ୨୩ (ଖବର ଓଡ଼ିଶା): ଦେଶରେ କରୋନା ଭାଇରସ ଭୂତାଣୁ ଯୋଗୁଁ ମୃତକଙ୍କ ସଂଖ୍ୟା ୩ ହଜାର ୭୨୦କୁ ବୃଦ୍ଧି ପାଇଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଶନିବାର ସକାଳୁ ଏହି ସୂଚନା ଦିଆଯାଇଛି । ଏହି ମାରାତ୍ମକ ଭାଇରସରେ ୧ ଲକ୍ଷ ୨୫ ହଜାର ୧୦୧ ଜଣ ଲୋକ ଆକ୍ରାନ୍ତ ହୋଇଛନ୍ତି । ସେଥିରୁ ୬୯ ହଜାର ୫୯୭ ଜଣ ସକ୍ରିୟ ଆକ୍ରାନ୍ତ ଥିବା ବେଳେ ସୁସ୍ଥ ହୋଇଛନ୍ତି ୫୧ ହଜାର ୭୮୩ ଜଣ । ବିଗତ ୨୪ ଘଣ୍ଟା ମଧ୍ୟରେ କେବଳ ୬ ହଜାର ୬୫୪ ଜଣ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୧୩୭ ଜଣ ବ୍ୟକ୍ତିଙ୍କର ପ୍ରାଣହାନୀ ଘଟିଛି ।   

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ କରୋନା ଭାଇରସରେ ମହାରାଷ୍ଟ୍ରରେ ସର୍ବାଧିକ ଲୋକଙ୍କ ମୃତ୍ୟୁ ହୋଇଛି । ମହାରାଷ୍ଟ୍ରରେ ୪୪ ହଜାର ୫୮୨ ଜଣ ଆକ୍ରାନ୍ତ ହୋଇଛନ୍ତି । ସେହିପରି  ୧୫୧୭ ଜଣ ଜୀବନ ହରାଇଛନ୍ତି । ଗୁଜୁରାଟରେ ୮୦୨, ମଧ୍ୟପ୍ରଦେଶରେ ୨୭୨, ଓ ପଶ୍ଚିମବଙ୍ଗରେ ୨୬୫  ଜଣ ଲୋକ ଜୀବନ ହରାଇଛନ୍ତି । ସେହିପରି ରାଜସ୍ଥାନରେ ୧୫୩, ଦିଲ୍ଲୀରେ ୨୦୮ ଓ ତାମିଲନାଡୁରେ ୯୪ ଜଣ ଜୀବନ ହାରିଛନ୍ତି ।   

 

  • Tags:

Subscribe

National International State Sports Entertainment