କୋଲକାତା, ଜାନୁଆରୀ ୨୦ (ଖବର ଓଡ଼ିଶା): ପଶ୍ଚିମବଙ୍ଗର ଜଲପାଇଗୁଡ଼ି ଜିଲ୍ଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଦୁର୍ଘଟଣାର କାରଣ ହେଉଛି କୁହୁଡ଼ି । ଜଲପାଇଗୁଡଲ୍ର ଧୂପଗୁଡ଼ି ସହରରେ ମଙ୍ଗଳବାର-ବୁଧବାରି ଘନ କୁହୁଡ଼ି ଯୋଗୁଁ ଏହି ଦୁର୍ଘଟଣା ଘଟିବାରୁ ୧୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୮ ଜଣ ଆହତ ହୋଇଛନ୍ତି । ଆହତମାନଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
West Bengal: 13 people died in an accident in Dhupguri city of Jalpaiguri district last night, due to reduced visibility caused due to fog. The injured were taken to a hospital. pic.twitter.com/HHUvqCist6
— ANI (@ANI) January 20, 2021 large;">
ଗଣମାଧ୍ୟମର ରିପୋର୍ଟ ଅନୁସାରେ ଏକ ଘରୋଇ କାର ଓ ମ୍ୟାଜିକ ଭ୍ୟାନ ଉପରେ ଏକ ଟ୍ରକ ଓଲଟିପଡ଼ିଥିଲା । ଘନ କୁହୁଡ଼ି ଯୋଗୁଁ ଟ୍ରକର ଚାଳକ ଆଗକୁ ଠିକ ଭାବରେ ଦେଖି ପାରି ନଥିଲେ ବୋଲି କୁହାଯାଉଛି । ସ୍ଥାନୀୟ ବିଧାୟକ ମିତାଲି ରାୟଙ୍କ ଅନୁସାରେ ଦୁର୍ଘଟଣାରେ ୧୩ ଜଣଙ୍କର ମୃତ୍ୟୁ ହୋଇଛି । ଯେଉଁମାନେ ଆହତ ହୋଇଛନ୍ତି, ସେମାନଙ୍କର ଠାରୁ କିଛି ଲୋକଙ୍କର ଅବସ୍ଥା ଗୁରୁତର ଅଛି । ଆହତମାନଙ୍କୁ ଜଲପାଇଗୁଡ଼ି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଟ୍ରକରେ ଓଭର ଲୋଡିଂ ଯୋଗୁଁ ଭାରସାମ୍ୟ ହରାଇଥିଲା । ଫଳରେ ଦୁର୍ଘଟଣା ଘଟିଥିଲା ।