ନୂଆଦିଲ୍ଲୀ: ଦକ୍ଷିଣ-ପୂର୍ବ ଦିଲ୍ଲୀର ଗୋବିନ୍ଦପୁରୀ ଅଞ୍ଚଳର ଷ୍ଟ୍ରିଟ୍ ନମ୍ବର ୧୦ରେ ମା ଏବଂ ପୁଅଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି। ପରିବାର ସଦସ୍ୟଙ୍କ କହିବା ଅନୁଯାୟୀ, ଅଭିଯୁକ୍ତମାନେ ଘଟଣାସ୍ଥଳରୁ ୧୦ରୁ ୧୨ ଲକ୍ଷ ଟଙ୍କା ଏବଂ ସୁନା ଏବଂ ରୂପା ନେଇ ଫେରାର ହୋଇଯାଇଛନ୍ତି। ଦିଲ୍ଲୀ ପୋଲିସ ସିସିଟିଭି ଫୁଟେଜ୍ ଯାଞ୍ଚ କରୁଛି। ମୃତଦେହଗୁଡ଼ିକୁ ପୋଷ୍ଟମର୍ଟମ ପାଇଁ ଏମ୍ସ ଟ୍ରମା ସେଣ୍ଟରକୁ ପଠାଯାଇଛି। ବୁଧବାର ରାତି ପ୍ରାୟ ୧୨ଟା ୩୦ରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି।
ମୃତ ମହିଳାଙ୍କ ନାମ ଶାରଦା (୪୦) ଏବଂ ପୁଅର ନାମ ଖୁଶାଲ (୧୪)। ମହିଳାଙ୍କ ସ୍ୱାମୀ ବଜାରରୁ ଘରକୁ ଫେରିବା ପରେ ସେ ତାଙ୍କ ସ୍ତ୍ରୀ ଏବଂ ପୁଅଙ୍କୁ ରୋଷେଇ ଘରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିବାର ଦେଖିଥିଲେ।
ମୃତ ମହିଳାଙ୍କ ସ୍ୱାମୀ ଜଣେ ପନିପରିବା ବିକାଳି, ଯିଏ ସାପ୍ତାହିକ ବଜାରରେ ଏକ ଦୋକାନ ଚଳାଉଛନ୍ତି। ସେ ମୂଳତଃ ଉତ୍ତର ପ୍ରଦେଶର ବଦାୟୁଁର ଏବଂ ଗତ ୧୫ ବର୍ଷ ଧରି ଦିଲ୍ଲୀର ଗୋବିନ୍ଦପୁରୀ ଅଞ୍ଚଳରେ ରହୁଛନ୍ତି। ବରିଷ୍ଠ ପୋଲିସ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି।
ଅଧିକ ପଢ଼ନ୍ତୁ: ‘ବନ୍ଦେ ମାତରମ୍’ ଏବେ ପଶ୍ଚିମବଙ୍ଗ ମଦରାସାରେ ବାଧ୍ୟତାମୂଳକ