ନୂଆଦିଲ୍ଲୀ: ଗତବର୍ଷ ଅର୍ଥାତ୍ ୨୦୨୩ରେ ୨,୧୬,୨୧୯ ଜଣ ଲୋକ ଭାରତୀୟ ନାଗରିକତା ଛାଡ଼ିଛନ୍ତି। ରାଜ୍ୟସଭାରେ କେନ୍ଦ୍ର ସରକାର ଗୁରୁବାର ଏହି ସୂଚନା ଦେଇଛନ୍ତି। ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ କୀର୍ତ୍ତି ବର୍ଦ୍ଧନ ସିଂହ ଗତ ପାଞ୍ଚ ବର୍ଷ (୨୦୧୯-୨୩)ରେ ନାଗରିକତା ତ୍ୟାଗ କରିଥିବା ଭାରତୀୟନାଗରିକଙ୍କ ସଂଖ୍ୟା ସମ୍ପର୍କରେ ଲିଖିତ ଉତ୍ତର ଦେଇଛନ୍ତି। ନାଗରିକତା ତ୍ୟାଗ କରିଥିବା ଭାରତୀୟଙ୍କ ପରିସଂଖ୍ୟାନ ପ୍ରଦାନ କରି ମନ୍ତ୍ରୀ କିର୍ତି ବର୍ଦ୍ଧନ ସିଂହ କହିଛନ୍ତି ଯେ ୨୦୨୩ ତୁଳନାରେ ୨୦୨୨ରେ ୨,୨୫,୬୨୦ ଜଣ ଭାରତୀୟ ନାଗରିକତା ଛାଡ଼ିଛନ୍ତି।
ବିଗତ ୫ ବର୍ଷର ତଥ୍ୟ
-୨୦୨୩: ୨,୧୬,୨୧୯
-୨୦୨୨: ୨,୨୫,୬୨୦
-୨୦୨୧: ୧,୬୩,୩୭୦
- ୨୦୨୦: ୮୫,୨୫୬
-୨୦୧୯: ୧,୮୪,୦୧୭
ଆମ୍ ଆଦମୀ ପାର୍ଟି ସାଂସଦ ରାଘବ ଚଢ଼ା ସରକାରଙ୍କୁ ଏହି ପ୍ରଶ୍ନ ପଚାରିଥିଲେ। ବହୁ ସଂଖ୍ୟକ ଲୋକ ନାଗରିକତା ଛାଡ଼ିବା ଏବଂ ଭାରତୀୟ ନାଗରିକତ୍ୱକୁ କମ୍ ଗ୍ରହଣୀୟତା ଦେବା ପଛର କାରଣ କ'ଣ ସରକାର ଅନୁସନ୍ଧାନ କରିଛନ୍ତି ବୋଲି ସେ ପ୍ରଶ୍ନ କରିଥିଲେ। ନାଗରିକତା ଛାଡ଼ିବା ଯୋଗୁଁ ଯେଉଁ ଆର୍ଥିକ ଓ ବୌଦ୍ଧିକ କ୍ଷତି ହୋଇଛି ତାହାର କୌଣସି ଆକଳନ କରାଯାଇଛି କି ବୋଲି ସେ ପ୍ରଶ୍ନ କରିଥିଲେ।
ଆପ୍ ସାଂସଦଙ୍କ ପ୍ରଶ୍ନର ଉତ୍ତର ଦେଇ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ କହିଛନ୍ତି ଯେ ନାଗରିକତା ତ୍ୟାଗ କିମ୍ବା ନେବାର ନିଷ୍ପତ୍ତି ବ୍ୟକ୍ତିଗତ। ମନ୍ତ୍ରୀ କୀର୍ତ୍ତି ବର୍ଦ୍ଧନ ସିଂ କହିଛନ୍ତି ଯେ ଜ୍ଞାନ ଏବଂ ଅର୍ଥନୀତିର ଯୁଗରେ ବିଶ୍ୱ କର୍ମକ୍ଷେତ୍ରର ସମ୍ଭାବନାକୁ ସରକାର ସ୍ୱୀକୃତି ଦେଇଛନ୍ତି। ଏହା ମଧ୍ୟ ପ୍ରବାସୀ ଭାରତୀୟଙ୍କ ସହ ଆମର ସମ୍ପର୍କରେ ପରିବର୍ତନ ଆଣିଛି। ସେ କହିଥିଲେ ଯେ ପ୍ରବାସୀ ଭାରତୀୟ ସମୁଦାୟ ଏକ ସଫଳ, ସମୃଦ୍ଧ ଏବଂ ପ୍ରଭାବଶାଳୀ ଭାରତୀୟ ସମ୍ପ୍ରଦାୟ ଦେଶ ପାଇଁ ଏକ ସମ୍ପତ୍ତି ।
ଉନ୍ନତ ଚାକିରି, ଜୀବନଯାପନ ଏବଂ ଉତ୍ତମ ଜୀବନଶୈଳୀ ପାଇଁ ଲୋକମାନେ ଅନ୍ୟ ଦେଶର ନାଗରିକତ୍ୱ ଗ୍ରହଣ କରନ୍ତି । ଏହାବ୍ୟତୀତ ନିଜ ଦେଶରେ ସୁଯୋଗର ଅଭାବ ଭାବି ଲୋକମାନେ ଏପରି କରିଥାନ୍ତି।