ଚଳିତ ବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନ ପାଇଁ ବିଜେପି କର୍ମୀଙ୍କୁ ବିଜୟ ମନ୍ତ୍ର ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବିଜେପି ରାଷ୍ଟ୍ରୀୟ ଅଧିବେଶନରେ ଯୋଗଦେଇ ଉପସ୍ଥିତ ନେତାମାନଙ୍କୁ ସମ୍ବୋଧିତ କରିଛନ୍ତି ମୋଦି। ସେ କହିଛନ୍ତି ଯେ, ଏଥର ନିର୍ବାଚନରେ କେନ୍ଦ୍ରରେ ହ୍ୟାଟ୍ରିକ୍ କରିବ ବିଜେପି । ଏଥର ବିଜେପି ୩୭୦ରୁ ଅଧିକ ଆସନ ଜିତିବ। ବିଜେପି କର୍ମୀଙ୍କ ବିଶ୍ୱସ୍ତତା ଏବଂ ନିଷ୍ଠା ଯୋଗୁଁ ଆମେ ଜନସାଧାରଣଙ୍କ ଆଶୀର୍ବାଦ ପ୍ରାପ୍ତ କରୁଛୁ ବୋଲି ମୋଦି କହିଛନ୍ତି।
ରାଷ୍ଟ୍ରୀୟ ଅଧିବେଶନରେ ଯୋଗ ଦେଇ କର୍ମକର୍ତ୍ତାଙ୍କୁ ୪ଶହ ପ୍ଲସର ମିଶନ ଏବଂ ଶହେ ଦିନର ଡେଡଲାଇନ୍ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ରାଜନୀତି ନୁହେଁ, ରାଷ୍ଟ୍ରନୀତି ଆମର ଫୋକସ୍ ବୋଲି କହି ୪୦୦ ପ୍ଲସ୍ ର ମିଶନ ମୋଡରେ କାମ କରିବାକୁ କାର୍ଯ୍ୟକର୍ତ୍ତାଙ୍କୁ ମନ୍ତ୍ର ଦେଇଛନ୍ତି ମୋଦି। ଏହି ପରିପ୍ରେକ୍ଷୀରେ ମୋଦି କହିଥିଲେ ଅବକି ବାର୍ ଚାର୍ ସୋ ପାର୍। ଏହା ସହ ୨୦୪୭ ସୁଦ୍ଧା ଭାରତକୁ ଏକ ବିକଶିତ ଦେଶ କରିବା ପାଇଁ ଆମେ କାମ କରୁଛୁ ବୋଲି ମୋଦି କହିଛନ୍ତି।
ଅଧିକ ପଢନ୍ତୁ: ଜ୍ୟୋତି ୟାରାଜୀ ରଚିଲେ ଇତିହାସ