ନୂଆଦିଲ୍ଲୀ: ସ୍ୱାଧୀନତା ଦିବସ ଉପଲକ୍ଷେ ଅର୍ଥ ମନ୍ତ୍ରଣାଳୟ ବଡ ଘୋଷଣା କରିଛି । ଜିଏସଟି ସ୍ଲାବରୁ ମିଳିବପାରେ ମୁକ୍ତି । ଅର୍ଥ ମନ୍ତ୍ରଣାଳୟ ଶୁକ୍ରବାର କହିଛି ଯେ, ମନ୍ତ୍ରୀଙ୍କ ସମୂହ(ଗ୍ରୁଫ ଅଫ ମିନିଷ୍ଟର୍ସ)ଙ୍କୁ ଦୁଇଟି ସ୍ଲାବ ବିଶିଷ୍ଟ ଜିଏସଟି ସିଷ୍ଟମ ଓ ବଛାବଛା ବସ୍ତୁ ପାଇଁ ସ୍ୱତନ୍ତ୍ର ଦର ଲାଗୁ କରିବାକୁ ପ୍ରସ୍ତାବ ଦିଆଯାଇଛି ।
ଆଜି ସକାଳେ ପିଏମ ମୋଦୀ ଲାଲକିଲ୍ଲାରୁ ନିଜ ଭାଷଣରେ ଦୀପାବଳିରେ ଜିଏସଟି ଉପହାର ଦେବାକୁ ଘୋଷଣା କରିଛନ୍ତି ନିଜ ଭାଷଣରେ ପ୍ରଧାନମନ୍ତ୍ରୀ କହିଛନ୍ତି, ତାଙ୍କ ସରକାର ଜିଏସଟିରେ ଅନେକ ବଡ ପରିବର୍ତ୍ତନ କରିଛନ୍ତି ଏବଂ ଆଗକୁ ବଡ ପରିବର୍ତ୍ତନ ହେବାକୁ ଯାଉଛି ।
କେନ୍ଦ୍ର ସରକାର ବସ୍ତୁ ଏବଂ ସେବା କର(ଜିଏସଟି) ସିଷ୍ଟମରେ ବଡ ପରିବର୍ତ୍ତନ କରି ଏହାକୁ ଦୁଇଟି ସ୍ଲାବ- ମେରିଟ୍ ଓ ଷ୍ଟାଣ୍ଡାର୍ଡରେ ରଖିବାକୁ ପ୍ରସ୍ତାବ ଦେଇଛନ୍ତି । ସ୍ୱତନ୍ତ୍ର ଦର କେବଳ କିଛି ବଛାବଛା ବସ୍ତୁ ଉପରେ ଲାଗୁ ହେବ । ବର୍ତ୍ତମାନ ଜିଏସଟି ୫, ୧୨, ୧୮ ଓ ୨୮ପ୍ରତିଶତରେ ଚାରୋଟି ସ୍ଲାବ ରହିଛି । ଯଦି ଏହି ପ୍ରସ୍ତାବକୁ ମଞ୍ଜୁରୀ ମିଳେ ତେବେ ପୁରୁଣା ଜିଏସଟି ସ୍ଲାବରୁ ମୁକ୍ତି ମିଳିପାରେ ।
ଆଜି ସକାଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୭୯ତମ ସ୍ୱାଧୀନତା ଦିବସ ଅବସରରେ ଜିଏସଟି ସୁଧାର ଦୀପାବଳି ସୁଦ୍ଧା ଲାଗୁ ହୋଇଯିବ ବୋଲି କହିଛନ୍ତି । ଏଥିରେ ଟ୍ୟାକ୍ସର ବୋଝ ବହୁତ କମିଯିବ ଏବଂ ଛୋଟ ଉଦ୍ୟୋଗକୁ ଲାଭ ମିଳିବ । ଏହି ଘୋଷଣା ପରେ ପରେ ଅର୍ଥ ମନ୍ତ୍ରଣାଳୟ କହିଛି ଯେ, ଜିଓଏମକୁ ଦିଆଯାଇଥିବା କେନ୍ଦ୍ରର ପ୍ରସ୍ତାବ ତିନୋଟି ବିନ୍ଦୁ ଉପରେ ଆଧାରିତ ।
୧ – ସରଞ୍ଚନାତ୍ମକ ସୁଧାର
୨ – ରେଟ୍ସକୁ ଉନ୍ନତ କରିବା
୩- ଜୀବନକୁ ସରଳ କରିବା
ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଜିଏସଟି ପରିଷଦର ବୈଠକ ସେପ୍ଟେମ୍ବରରେ ହେବ ବୋଲି ଆଶା କରାଯାଉଛି । ବୈଠକରେ ଦରଗୁଡିକ ତର୍କସଙ୍ଗତ କରିବା ପାଇଁ ମନ୍ତ୍ରୀ ସମୂହଙ୍କ ପ୍ରସ୍ତାବ ଉପରେ ଆଲୋଚନା କରାଯିବ ।