ଅଯୋଧ୍ୟା: ଉତ୍ତରପ୍ରଦେଶ ରାଜନୀତିର କେନ୍ଦ୍ରବିନ୍ଦୁ ପାଲଟିଥିବା ଅଯୋଧ୍ୟାର ମିଲ୍କିପୁର ଆସନରେ ଉପନିର୍ବାଚନ ପାଇଁ ଆଜି ମତଦାନ ହେଉଛି। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ମୋଟ ୩ ଲକ୍ଷ ୭୦ ହଜାର ଭୋଟର ୧୦ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ କରିବେ। ମୁଖ୍ୟ ପ୍ରତିଯୋଗିତା ବିଜେପି ଏବଂ ସମାଜବାଦୀ ପାର୍ଟି ମଧ୍ୟରେ ହେଉଛି। ଏହି ଉପନିର୍ବାଚନ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ସପା ମୁଖ୍ୟ ଅଖିଳେଶ ଯାଦବଙ୍କ ପ୍ରତିପତ୍ତିର ପ୍ରତୀକ ପାଲଟିଛି। ମିଲ୍କିପୁର ବିଧାନସଭା ଆସନର ୪୧୪ଟି ବୁଥରେ ମତଦାନ ହୋଇଛି। ଏହାର ଗଣନା ଫେବ୍ରୁଆରି ୮ ତାରିଖରେ ହେବ।
ନିର୍ବାଚନ କମିଶନଙ୍କ ପ୍ରକ୍ରିୟା ଅନୁସାରେ ବୁଥରେ ଉପସ୍ଥିତ ଶେଷ ଭୋଟରଙ୍କୁ ଭୋଟ ଦେବା ପାଇଁ ଏକ ଟୋକନ୍ ଦିଆଯିବ। ଜିଲ୍ଲା ମାଜିଷ୍ଟ୍ରେଟ୍ ସମସ୍ତ ଭୋଟରଙ୍କୁ ନିଶ୍ଚିତ ଭାବରେ ସେମାନଙ୍କର ମତଦାନ ଅଧିକାର ପ୍ରୟୋଗ କରିବାକୁ ନିବେଦନ କରିଥିଲେ।
ପ୍ରଥମ ଭୋଟରଙ୍କ ଭୋଟ୍ ଦିଆଯାଇଛି। ଏଠାରେ ମୁଖ୍ୟ ପ୍ରତିଯୋଗିତା ବିଜେପି ଏବଂ ସମାଜବାଦୀ ପାର୍ଟି ମଧ୍ୟରେ। ମୁଖ୍ୟମନ୍ତ୍ରୀ ଯୋଗୀ ଏଠାରେ ଜାତୀୟତାବାଦକୁ ମୁଖ୍ୟ ପ୍ରସଙ୍ଗ କରିଛନ୍ତି। ମିଲକିପୁର ବିଧାନସଭା କ୍ଷେତ୍ରରେ ୩,୭୦,୮୨୯ ଭୋଟର ଅଛନ୍ତି। ଏଠାରେ ୨୫୫ଟି ମତଦାନ କେନ୍ଦ୍ରରେ ୪୧୪ଟି ବୁଥ୍ ଅଛି।
ଅଧିକ ପଢ଼ନ୍ତୁ: ମତଦାତାଙ୍କୁ ଶୁଭେଚ୍ଛା ଜଣାଇ ପ୍ରଧାନମନ୍ତ୍ରୀ-ଗୃହମନ୍ତ୍ରୀ କହିଲେ- ପ୍ରଥମେ ମତଦାନ