ମେରଠ: ଉତ୍ତରପ୍ରଦେଶର ମେରଠ ଜିଲ୍ଲାରେ ସୋମାବାର ରାତିରେ ଏକ ଘରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏଥିରେ ଦୁଇ ମହିଳା ଏବଂ ୩ ଜଣ ଶିଶୁ ପୋଡ଼ି ଯାଇଥିଲେ। ସମସ୍ତଙ୍କୁ ମେଡିକାଲ କଲେଜ ହସ୍ପିଟାଲକୁ ନିଆଯାଇଥିଲା, ଯେଉଁଠାରେ ତିନି ଜଣ ଶିଶୁଙ୍କ ସମେତ ପାଞ୍ଚ ଜଣଙ୍କୁ ମୃତ ଘୋଷଣା କରାଯାଇଥିଲା। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି।
ଇକବାଲ ଅହମ୍ମଦଙ୍କ ପରିବାର କିଦୱାଇ ନଗରରେ ରୁହନ୍ତି। ସୋମବାର ସମସ୍ତେ ଘରେ ଉପସ୍ଥିତ ଥିଲେ। ରାତି ୯ଟା ୩୦ରେ ଘରେ ନିଆଁ ଲାଗିଯାଇଥିଲା। ତଳ ମହଲାରେ ଥିବା ପରିବାର ରକ୍ଷା ପାଇଯାଇଥିଲେ। କିନ୍ତୁ ପ୍ରଥମ ମହଲାରେ ଥିବା ଲୋକମାନେ ଫସି ରହିଥିଲେ।
ପୋଲିସ ଏବଂ ଅଗ୍ନିଶମ ବାହିନୀ ଘରର ପଛ କାନ୍ଥ ଭାଙ୍ଗି ପରିବାରର ସାତ ଜଣଙ୍କୁ ଉଦ୍ଧାର କରିଥିଲେ ଏବଂ ସିଡ଼ି ବ୍ୟବହାର କରି ଜଣ ଜଣ କରି ଉଦ୍ଧାର କରିଥିଲେ।
ନିଆଁରେ ଗୁରୁତର ଭାବରେ ପୋଡ଼ିଯାଇଥିବା ସମସ୍ତଙ୍କୁ ମେଡିକାଲ କଲେଜ ହସ୍ପିଟାଲକୁ ନିଆଯାଇଥିଲା, ଯେଉଁଠାରେ ଡାକ୍ତର ତିନି ଜଣ ଶିଶୁଙ୍କ ସମେତ ପାଞ୍ଚ ଜଣଙ୍କୁ ମୃତ ଘୋଷଣା କରିଥିଲେ।
ଅଧିକ ପଢ଼ନ୍ତୁ: ୧୨ଟି ରାଜ୍ୟକୁ ଚେତାବନୀ ଜାରି କଲା ପାଣିପାଗ ବିଭାଗ