ସମାଜବାଦୀ ପାର୍ଟିକୁ ବଡ଼ ଝଟକା। ପାର୍ଟିରୁ ଇସ୍ତଫା ଦେଲେ ବିଧାୟକ ମନୋଜ ପାଣ୍ଡେ। ନିଜ ଇସ୍ତଫା ପତ୍ରକୁ ପାର୍ଟି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଲେଶ ଯାଦବଙ୍କୁ ପଠାଇଛନ୍ତି ମନୋଜ। ମନୋଜ ପାଣ୍ଡେ ସମାଜବାଦୀ ପାର୍ଟିର ମୁଖ୍ୟ ସଚେତକ ଭାବେ କାର୍ଯ୍ୟ କରୁଥିଲେ। ହେଲେ ଆଜି ସେହି ପଦରୁ ଇସ୍ତଫା ଦେଇଛନ୍ତି। ଅଖିଳେଶ ଯାଦବଙ୍କ ସହ ମତାନ୍ତର ଯୋଗୁ ସେ ଦଳ ଛାଡିଥିବା କୁହାଯାଉଛି। ଉତ୍ତରପ୍ରଦେଶର ୧୦ଟି ରାଜ୍ୟସଭା ଆସନ ପାଇଁ ମତଦାନ ଜାରି ରହିଛି। ଏହା ପୂର୍ବରୁ ଅଖିଳେଶଙ୍କ ହାତ ଛାଡି ଦେଇଛନ୍ତି ମୁଖ୍ୟ ସଚେତକ ମନୋଜ ପାଣ୍ଡେ।
ସୂଚନା ଅନୁସାରେ , ଅଖିଳେଶ ଯାଦବଙ୍କ ସହ ମତାନ୍ତର ଯୋଗୁ ସମାଜବାଦୀ ପାର୍ଟିରୁ ଇସ୍ତଫା ଦେଲେ ବିଧାୟକ ମନୋଜ ପାଣ୍ଡେ। ସମାଜବାଦୀ ପାର୍ଟିର ମୁଖ୍ୟ ସଚେତକ ଭାବେ କାର୍ଯ୍ୟ କରୁଥିଲେ ମନୋଜ ପାଣ୍ଡେ। ଉତ୍ତରପ୍ରଦେଶର ୧୦ଟି ରାଜ୍ୟସଭା ଆସନ ପାଇଁ ମତଦାନ ଜାରି ରହିଥିବା ବେଳେ ଦଳକୁ ମିଳିଛି ବଡ ଝଟକା। ଏପରିକି ରାଜ୍ୟସଭା ନିର୍ବାଚନ ଚାଲିଥିବା ବେଳେ ସେ ବିଜେପି ପ୍ରାର୍ଥୀଙ୍କ ସପକ୍ଷରେ ଭୋଟିଂ କରିପାରନ୍ତି ବୋଲି ମଧ୍ୟ କୁହାଯାଉଛି। ତେବେ ମନୋଜ ପାଣ୍ଡେ ବିଜେପିରେ ମିଶି ପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଏପରିକି ସେ ବିଧାୟକ ପଦରୁ ଇସ୍ତଫା ଦେଇ ବିଜେପି ଟିକେଟ୍ରୁ ଲୋକସଭା ଆସନରୁ ପ୍ରାର୍ଥୀ ହୋଇପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ହେଉଛି। ତେବେ ମନୋଜ ପାଣ୍ଡେଙ୍କ ଇସ୍ତଫା ସମାଜବାଦୀ ପାର୍ଟି ବଡ ଦୁଃଖର ବିଷୟ।