ଭୁବନେଶ୍ୱର,24 ମାର୍ଚ୍ଚ (ଖବର ଓଡିଶା)
ଖଲିସ୍ତାନର ନେତା ଅମ୍ରିତପାଲ ସିଂହ ବର୍ତମାନ ସରକାରଙ୍କ ଆଖିରୁ ନିଦ ହଜାଇ ସାରିଲାଣି, ତେବେ ଦୀର୍ଘ ୭ ଦିନ ବିତି ଯାଇଥିଲେ ମଧ୍ୟ ପୁଲିସ୍ ଏଯାଏ ତାର କୌଣସି ପତ୍ତା ପାଇନାହିଁ। ପଞ୍ଜାବର ଜଲନ୍ଧରରୁ ଖସିଯିବା ପରେ ସେ ହରିଆଣାରେ ଆତ୍ମଗୋପନ କରିଥିଲା। ଏବେ ସେ ଦିଲ୍ଲୀ ଅଭିମୁଖେ ବାହାରିଥିବା ନେଇ ପୋଲିସ୍ ଏକ ସୂତ୍ରରୁ ଖବର ପାଇଛି । ତେବେ ବର୍ତ୍ତମାନ ପଞ୍ଜାବରେ ନଥିବା ଅମ୍ରିତପାଲକୁ ଶେଷଥର ପାଇଁ ହରିଆଣାରେ ଦେଖିବାକୁ ମିଳିଥିଲା। ହରିଆଣାରୁ ସେ କୌଶଳକ୍ରମେ ଦେଶର ରାଜଧାନୀ ଦିଲ୍ଲୀ ଆସୁଥିବା ନେଇ ସୂଚନା ମିଳିଛି । ଏହି ଖବର ମିଳିବା ପରେ ଦିଲ୍ଲୀର ସବୁ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଦିଆଯାଇଛି। ଏହା ଛାଡ ସେ ମହାରାଷ୍ଟ୍ର ସମେତ ଉତ୍ତରାଖଣ୍ଡ ଯାଇପାରେ ବୋଲି ଆଶଙ୍କା କରାଯାଉଛି। ବର୍ତ୍ତମାନ ବେଶ ବଦଳାଇ ସାରିଥିବା ଅମ୍ରିତପାଲକୁ ଧରିବା ପାଇଁ ଦିଲ୍ଲୀ ଓ ମହାରାଷ୍ଟ୍ର ବ୍ୟତୀତ ଉତ୍ତରାଖଣ୍ଡର ଡେରୁଡୁନ, ହରିଦ୍ୱାରା ଓ ଉଦ୍ଧମ ସିଂହ ନଗରରେ ଆଲର୍ଟ ଜାରି କରାଯାଇଛି। ପୁଲିସ୍ ଅଧିକାରୀଙ୍କ କହିବା କଥା ଅନୁଯାୟୀ ସେ ପଞ୍ଜାବରୁ ଖସିଯିବା ପରେ ହରିଆଣାର କୁରୁକ୍ଷେତ୍ରରେ ରହିଥିଲା ଓ ତା’ର ସହଯୋଗୀ ପାପଲପ୍ରୀତ ସିଂହ ସେଠାରେ ଜଣେ ମହିଳାଙ୍କ ଘରେ ରହିଥିଲେ। ଉକ୍ତ ମହିଳାଙ୍କୁ ପୋଲିସ୍ ଗିରଫ କରିବା ସହିତ ଅଧିକ ତଦନ୍ତ ଜାରି ରହିଛି ।