ହାତୀ ମୃତ୍ୟୁ ଘଟଣାରେ ବିବାଦୀୟ ବୟାନ ଦେଇଥିବା ଅଭିଯୋଗରେ ମେନକା ଗାନ୍ଧୀଙ୍କ ବିରୁଦ୍ଧରେ ମାମଲା ଦାୟର କଲା କେରଳ ପୋଲିସ
Khabar Odisha:Kerala-police-file-case-against-Menaka-Gandhi-over-controversial-statement-on-elephant-deaths
କେରଳ, ଜୁନ ୦୬ (ଖବର ଓଡ଼ିଶା):

ମେ 27ରେ କେରଳର ପାଲ୍ଲାକଡରେ ବିସ୍ପୋରକ ଭର୍ତ୍ତି କରି ସପୁରୀ ଖୁଆଇ ଗର୍ଭବତୀ ମାଈ ହାତୀଟିକୁ ହତ୍ୟା କରିବା ଘଟଣାରେ ।  ବିବାଦୀୟ ତଥା ଉତ୍ତେଜନାପୂର୍ଣ୍ଣ ବୟାନ ଦେଇଥିବା ଅଭିଯୋଗରେ ବିଜେପି ସାଂସଦ ମେନକା ଗାନ୍ଧୀଙ୍କ ବିରୁଦ୍ଧରେ ଅଭିଯୋଗ ଦାୟର କରିଛି କେରଳ ପୋଲିସ ।

ମାଲିପୁରମ୍ ଜିଲ୍ଲା ପୋଲିସ୍ ମୁଖ୍ୟ ଅବଦୁଲ୍ କରିମ୍ ୟୁ ପିଟିଆଇକୁ କହିଛନ୍ତି ଯେ ଜଲିଲ ନାମକ ଜଣେ ବ୍ୟକ୍ତିଙ୍କ ଅଭିଯୋଗ ଆଧାରରେ ଭାରତୀୟ ଦଣ୍ଡ ସଂହିତା ଧାରା 153 ଅନୁଯାୟୀ ମେନକା ଗାନ୍ଧୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଅଭିଯୋଗରେ ଦର୍ଶାଯାଇଛି ଯେ ମେନକା ଗାନ୍ଧୀ ଦଙ୍ଗା ସୃଷ୍ଟି କରିବା ଉଦ୍ଦେଶ୍ୟରେ ମାଲାପୁରାମବାସୀଙ୍କ ବିରୋଧରେ ଭିତ୍ତିହୀନ ଅଭିଯୋଗ କରିଛନ୍ତି।

ଅଧିକାରୀ କହିଛନ୍ତି ଯେ ମାମଲାର ତଦନ୍ତ ଚାଲିଛି। ସେ କହିଛନ୍ତି ଯେ ମେନକାଙ୍କ ବିରୋଧରେ 6 ଟି ଅଭିଯୋଗ ଆସିଛି । ସୂଚନାଯୋଗ୍ୟ ଯେ, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ମେନକା ଗାନ୍ଧୀ ଟ୍ୱିଟ୍ କରି କହିଥିଲେ ଯେ ମାଲାପୁରମ୍ ଏହାର ଅପରାଧ କାର୍ଯ୍ୟକଳାପ ପାଇଁ ବିଶେଷ କରି ପଶୁମାନଙ୍କ ବିରୁଦ୍ଧରେ ଅତ୍ୟାଚାର ପାଇଁ କୁଖ୍ୟାତ।

ମେନକା କହିଛନ୍ତି ଯେ ଶିକାରୀ କିମ୍ବା ଯେଉଁମାନେ ବନ୍ୟଜନ୍ତୁଙ୍କୁ ହତ୍ୟା କରନ୍ତି ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ, ତେଣୁ ସେମାନେ ଏଭଳି କାର୍ଯ୍ୟ ଜାରି ରଖିଛନ୍ତି । ଏଭଳି ବୟାନ ପରେ ମେନକା ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି କେରଳ ଲୋକ । ମେନକା ଗାନ୍ଧୀଙ୍କ ଦ୍ୱାରା ପରିଚାଳିତ ହେଉଥିବା ତାଙ୍କ ଅନୁଷ୍ଠାନ PFA ର ୱେବସାଇଟ୍ କୁ ମଧ୍ୟ କିଛି ଏଥିକଲ ହାକର୍ସ ମାନେ ହ୍ୟାକ୍ କରିଦେଇଥିଲେ ।

  • Tags:

Subscribe

National International State Sports Entertainment