ଦେଶର ବିଭିନ୍ନ ସ୍ଥାନରେ ୬ଷ୍ଠ ପର୍ଯ୍ୟାୟ ନିର୍ବାଚନ ପାଇଁ ଚାଲିଛି ଭୋଟଗ୍ରହଣ। ସକାଳୁ ସକାଳୁ ଭୋଟ ଦେଉଛନ୍ତି ନେତା ରୁ ଜନତା। ସେହିଭଳି ଅନେକ ଚର୍ଚ୍ଚିତ ବ୍ୟକ୍ତିମାନେ ମଧ୍ୟ ନିଜର ମତଦାନ କରିଛନ୍ତି। ମତଦାନ ଦେବା ପରେ ସମସ୍ତଙ୍କୁ ମତଦାନ କେନ୍ଦ୍ରକୁ ଆସି ଭୋଟ ଦେବାକୁ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି।
ସୂଚନା ଅନୁସାରେ, ୬ଷ୍ଠ ପର୍ଯ୍ୟାୟ ନିର୍ବାଚନରେ ବହୁ ଚର୍ଚ୍ଚିତ ବ୍ୟକ୍ତିମାନେ ନିଜର ମତଦାନ କରିଛନ୍ତି। ତେବେ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର,ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ କପିଳ ଦେବ ଏବଂ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ନିଜ ମା’ ସୋନିଆ ଗାନ୍ଧୀଙ୍କ ସହିତ ମତଦାନ କରିଛନ୍ତି। ଲୋକମାନେ ନିଜ ନିର୍ବାଚନ କ୍ଷେତ୍ରରେ ଉଚିତ ପ୍ରାର୍ଥୀଙ୍କୁ ବାଛନ୍ତୁ କାରଣ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହାଦ୍ୱାରା ସବୁବେଳେ ଠିକ୍ ଲୋକ କ୍ଷମତାକୁ ଆସିବେ ଏବଂ ଦେଶର ଉପଯୁକ୍ତ ବିକାଶ ହୋଇପାରିବ ବୋଲି କହିଥିଲେ ସମସ୍ତ ଦଳୀୟ ନେତାମାନେ।