ଏଥର ଦେଶରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହେବ । ଏନେଇ ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି । ଚଳିତ ବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ଦେଶରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହୋଇପାରେ । ହେଲେ ରାଜ୍ୟରେ ବର୍ଷାର ପରିମାଣ କମିବାର ଯଥେଷ୍ଟ ସମ୍ଭାବନା ଥିବା ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ ।
ଆକଳନ ଅନୁଯାୟୀ ଜୁନ୍ ରୁ ସେପ୍ଟେମ୍ବର ସମଗ୍ର ଦେଶରେ ସମୁଦାୟ ବୃଷ୍ଟିପାତ ୮୭ ସେମି ହାରାହାରି ୧୦୬ ପ୍ରତିଶତ ରହିବ। ୯୬-୧୦୪% ମଧ୍ୟରେ ବର୍ଷା ହେଲେ ଏହାକୁ ସ୍ୱାଭାବିକ ବୋଲି କୁହାଯାଏ। ୨୦୨୪ ମଇ ମାସର ଶେଷ ସପ୍ତାହରେ ମୌସୁମୀ ବର୍ଷା ପାଇଁ ପରବର୍ତ୍ତୀ ପୂର୍ବାନୁମାନ ଜାରି ହେବ ।
ସୂଚନା ରହିଛି ଯେ ୨୦୨୩ ମଧ୍ୟରେ ମୌସୁମୀ ଉପରେ ୨୨ ଥର ଲା ନିନାର ପ୍ରଭାବ ପଡ଼ିଛି। ଏଥିଯୋଗୁ ଯୋଗୁ ଦେଶରେ ୯ ଥର ସ୍ୱାଭାବିକ ଠାରୁ ଅଧିକ ବର୍ଷା ହୋଇଛି।