ଭୁବନେଶ୍ୱର, ଫେବୃଆରୀ 25(ଖବର ଓଡିଶା) :
ସର୍ବଭାରତୀୟ ବ୍ୟବସାୟୀ ସଂଘ ପକ୍ଷରୁ ଆସନ୍ତାକାଲି ଭାରତ ବନ୍ଦ ଡାକରା ଦିଆଯାଇଛି । ଜିଏସଟି ସରଳୀକରଣ ଇ –କମର୍ସ ବ୍ୟବସାୟୀଙ୍କ ବିସ୍ତାରବାଦୀ ନୀତି ନିୟନ୍ତ୍ରଣ ପାଇଁ ଦାବୀ କରି ଏହି ବନ୍ଦ ଡାକରା ଦିଆଯାଇଛି । ସେହିପରି ବନ୍ଦ ଡାକରାକୁ ଓଡିଶା ବ୍ୟବସାୟୀ ମହାସଂଘ ମଧ୍ୟ ସମର୍ଥନ କରିଛି ।
ବ୍ୟବସାୟୀ ସଂଘର ଏହି ଭାରତ ବନ୍ଦ ଡାକରାକୁ ଅଲ୍ ଇଣ୍ଡିଆ ଟ୍ରାନ୍ସପୋର୍ଟର୍ସ ୱେଲଫେୟାର ଆସୋସିଏସନ୍ ସମର୍ଥନ କରିଛି । ତେଣୁ ଆସନ୍ତାକାଲି ଏହି ଭାରତ ବନ୍ଦ ସମୟରେ ଯାନବାହାନ ଚଳାଚଳ ବନ୍ଦ ରହିବ । ଏବଂ ଓଡିଶା ବ୍ୟବସାୟୀ ମହାସଂଘ ମଧ୍ୟ ସମର୍ଥନ କରିଛି । ଅତ୍ୟାବଶକୀୟ ସେବା ବ୍ୟତୀତ ଅନ୍ୟ ବ୍ୟବସାୟୀମାନେ ଦୋକାନ ବନ୍ଦ ରଖି ଏହି ବନ୍ଦ ଡାକରାକୁ ସହଯୋଗ କରିବେ ବୋଲି ଜଣାପଡିଛି । ଜିଏସଟି ସିଷ୍ଟମର ସରଳୀକରଣ ସମୀକ୍ଷା ଏବଂ ଟ୍ୟାକ୍ସ ସ୍ଲାବକୁ ଆହୁରି ସରଳ କରିବା ପାଇଁ ଦାବୀ ରହିଛି ।
ବ୍ୟବସାୟୀଙ୍କ ପାଇଁ ଏହି ନିୟମ ରହିବା ପାଇଁ ବ୍ୟବସାୟୀ ସଂଘ ପକ୍ଷକୁ କୁହାଯାଇଛି । ଇ –କମର୍ସ ବ୍ୟବସାୟୀଙ୍କ ପାଇଁ ଅନେକ ଦୋକାନୀଙ୍କ ଭବିଷ୍ୟତ ଅନ୍ଧାର ମଧ୍ୟକୁ ଠେଲି ହୋଇଯାଉଥିବା କୁହାଯାଇଛି । ତେଣୁ ଇ –କମର୍ସ ବ୍ୟବସାୟୀଙ୍କ ବିସ୍ତାରବାଦୀ ନୀତି ଉପରେ ସରକାରୀ ନିୟନ୍ତ୍ରଣ ପାଇଁ ଦାବୀ କରାଯାଇଛି । ଆସନ୍ତାକାଲି ଏହି ଭାରତ ବନ୍ଦର ପ୍ରଭାବ ଅନେକ ସ୍ଥାନରେ ଦେଖିବାକୁ ମିଳିବ ।