ମଙ୍ଗଳବାର ଦିନ ଗୋଆରେ ଅନୁଷ୍ଠିତ ହେବାକୁ ଥିବା ଭାରତ ଶକ୍ତି ସପ୍ତାହ ୨୦୨୪ର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଏନଆଇଟି)ର ସ୍ଥାୟୀ କ୍ୟାମ୍ପସ ତଥା ୧୩୩୦ କୋଟିରୁ ଅଧିକ ମୂଲ୍ୟର ବିଭିନ୍ନ ପ୍ରକଳ୍ପ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିବେ। ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ମୋଦୀ ବିକାଶ ଭାରତ, ବିକାଶ ଗୋଆ ୨୦୪୭ କାର୍ଯ୍ୟକ୍ରମକୁ ମଧ୍ୟ ସମ୍ବୋଧିତ କରିବେ। ପ୍ରଧାନମନ୍ତ୍ରୀ ସକାଳେ ଦକ୍ଷିଣ ଗୋଆର ବେତୁଲ ଗ୍ରାମରେ ଓଏନ୍ଜିସି ସାଗର ବଞ୍ଚାଅ କେନ୍ଦ୍ରର ଉଦଘାଟନ କରିବେ ଏବଂ ଭାରତ ଶକ୍ତି ସପ୍ତାହର ଉଦଘାଟନ କରିବେ।
ଶକ୍ତି ଆବଶ୍ୟକତାରେ ଆତ୍ମନିର୍ଭରଶୀଳତା ହାସଲ ପାଇଁ ଫେବୃଆରୀ ୬ରୁ ୯ ତାରିଖ ପର୍ଯ୍ୟନ୍ତ ଗୋଆରେ ଇଣ୍ଡିଆ ଏନର୍ଜି ସପ୍ତାହ ୨୦୨୪ ଅନୁଷ୍ଠିତ ହେବ । ଏହା ଭାରତର ସର୍ବବୃହତ ଏବଂ ଏକମାତ୍ର ଶକ୍ତି ପ୍ରଦର୍ଶନୀ ସମ୍ମିଳନୀ ହେବ । ଯାହା ସମଗ୍ର ଶକ୍ତି ମୂଲ୍ୟ ଶୃଙ୍ଖଳାକୁ ଏକାଠି କରିବ ଏବଂ ଭାରତର ଶକ୍ତି ପରିବର୍ତ୍ତନ ଲକ୍ଷ୍ୟ ପାଇଁ ଏକ ଉତପ୍ରେରକ ଭାବରେ କାର୍ଯ୍ୟ କରିବ । ପ୍ରଧାନମନ୍ତ୍ରୀ ଗ୍ଲୋବାଲ ତୈଳ ଓ ଗ୍ୟାସ ସିଇଓ ଏବଂ ବିଶେଷଜ୍ଞମାନଙ୍କ ସହ ଏକ ବୈଠକ କରିବେ । ଷ୍ଟାର୍ଟଅପଗୁଡ଼ିକୁ ଉତ୍ସାହିତ କରିବା ଏବଂ ପ୍ରୋତ୍ସାହିତ କରିବା ତଥା ସେମାନଙ୍କୁ ଶକ୍ତି ମୂଲ୍ୟ ଶୃଙ୍ଖଳାରେ ସମନ୍ବିତ କରିବା ଇଣ୍ଡିଆ ଏନର୍ଜି ସପ୍ତାହ ୨୦୨୪ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଫୋକସ ହେବ । ଏଥିରେ ବିଭିନ୍ନ ଦେଶର ପ୍ରାୟ ୧୭ ଜଣ ଶକ୍ତିମନ୍ତ୍ରୀ, ୩୫,୦୦୦ରୁ ଅଧିକ ଅଂଶଗ୍ରହଣକାରୀ ଏବଂ ୯୦୦ରୁ ଅଧିକ ପ୍ରଦର୍ଶକ ଅଂଶଗ୍ରହଣ karibaku ଥିବା ବେଳେ କାନାଡା, ଜର୍ମାନୀ, ନେଦରଲାଣ୍ଡ, ଋଷିଆ, ବ୍ରିଟେନ ଓ ଆମେରିକା ଭଳି ୬ଟି ଦେଶର ଉତ୍ସର୍ଗୀକୃତ ପ୍ୟାଭିଲିୟନ ରହିବ । ଶକ୍ତି କ୍ଷେତ୍ରରେ ଭାରତୀୟ ଏମଏସଏମଇମାନେ ଯେଉଁ ଅଭିନବ ସମାଧାନର ନେତୃତ୍ୱ ନେଉଛନ୍ତି ତାହା ପ୍ରଦର୍ଶନ କରିବା ପାଇଁ ଏକ ସ୍ୱତନ୍ତ୍ର ମେକ ଇନ ଇଣ୍ଡିଆ ପ୍ୟାଭିଲିୟନ ମଧ୍ୟ ଆୟୋଜନ କରାଯାଉଛି ।
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁଯାୟୀ ସେ ଅପରାହ୍ନ ଫୋଟର୍ଡାରେ ବିକାଶ ଭାରତ, ବିକାଶ ଗୋଆ ୨୦୪୭ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି (ମଙ୍ଗଳବାର) ଗୋଆ ଗସ୍ତ କରିବେ । ସକାଳ ପ୍ରାୟ ୧୦.୩୦ରେ ପ୍ରଧାନମନ୍ତ୍ରୀ ଓଏନଜିସି ସି ସର୍ଭାଇଭାଲ ସେଣ୍ଟରକୁ ଉଦଘାଟନ କରିବେ ।ଭାରତୀୟ ସମୁଦ୍ର ମଧ୍ୟରେ ଜୀବନ ଧାରଣ ପ୍ରଶିକ୍ଷଣ ଇକୋସିଷ୍ଟମକୁ ବିଶ୍ବସ୍ତରୀୟ ମାନଦଣ୍ଡରେ ପହଞ୍ଚାଇବା ପାଇଁ ଓଏନଜିସି ସି ସର୍ଭାଇଭଲ ସେଣ୍ଟରକୁ ଏକ ପ୍ରକାର ସମନ୍ବିତ ସମୁଦ୍ର ଜୀବନ ଧାରଣ ପ୍ରଶିକ୍ଷଣ କେନ୍ଦ୍ର ଭାବରେ ବିକଶିତ କରାଯାଇଛି । ଏଥିରେ ବାର୍ଷିକ ୧୦ରୁ ୧୫ ହଜାର କର୍ମଚାରୀଙ୍କୁ ତାଲିମ ଦିଆଯିବ ବୋଲି ଆଶା କରାଯାଉଛି। ସିମୁଲେଟେଡ ଏବଂ ନିୟନ୍ତ୍ରିତ କଠିନ ପାଣିପାଗ ପରିସ୍ଥିତିରେ ଅଭ୍ୟାସ ପ୍ରଶିକ୍ଷାର୍ଥୀମାନଙ୍କର ସମୁଦ୍ର ବଞ୍ଚିବା ଦକ୍ଷତା ବୃଦ୍ଧି କରିବ ଏବଂ ଏହିପରି ବାସ୍ତବ ଜୀବନ ବିପର୍ଯ୍ୟୟରୁ ସୁରକ୍ଷିତ ବଞ୍ଚିବାର ସମ୍ଭାବନା ବୃଦ୍ଧି କରିବ । ସକାଳ ପ୍ରାୟ ୧୦ଟା ୪୫ରେ ମୋଦି ଇଣ୍ଡିଆ ଏନର୍ଜି ସପ୍ତାହ ୨୦୨୪କୁ ଉଦଘାଟନ କରିbaku ଥିବା ବେଳେ ଏହାପରେ ଅପରାହ୍ନ ୨ଟା ୪୫ରେ ବିକଶିତ ଭାରତ, ବିକଶିତ ଗୋଆ ୨୦୪୭ କାର୍ଯ୍ୟକ୍ରମରେ ଯୋଗଦେବେ ।
ଅଧିକ ପଢନ୍ତୁ : କୋଭିଡ ଯୁଦ୍ଧରେ ସୋଆର ଭୂମିକା ଥିଲା ଗୁରୁତ୍ୱପୂର୍ଣ୍ଣ